ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବର୍ହା ହାଇସ୍କୁଲରେ ବିଶ୍ଵ ମାତୃଭାଷା ଦିବସ ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପଶାୟତଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ଦିବସର ଉଦ୍ଦେଶ୍ୟ କହିବା ସହିତ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ନବମ ଶ୍ରେଣୀର ଛାତ୍ରୀ ଜନନିକା ନାଏକ ସଂଯୋଜନା କରିଥିଲେ । ପ୍ରାରମ୍ଭରେ ଛାତ୍ରଛାତ୍ରୀମାନଙ୍କୁ ଦିବସର ଭୂମିକା ସମ୍ବନ୍ଧିତ ଶପଥ ପାଠ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲିପ୍ସା ଜୁଆଡି, ଅର୍ଚ୍ଚିତା ପ୍ରଧାନ, କ୍ରିସ ବାଗ, ସୁଜିତ୍ ସାହୁ ପ୍ରମୁଖ ଦିବସର ଗୁରୁତ୍ଵ ବିଷୟରେ ମତବ୍ୟକ୍ତ କରିଥିଲେ । ପ୍ରୀତି ଖର୍ସେଲ, ଜନନିକା ନାଏକ, ସିମୁ ବରିହା ଦିବସର ମହତ୍ତ୍ଵ ସମ୍ପର୍କିତ ସଙ୍ଗୀତ ଗାନ କରିଥିଲେ । ହିନ୍ଦୀ ଶିକ୍ଷକ ନନ୍ଦିଘୋଷ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post
Next Post