oom

ରିକାପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ମୁଖ୍ୟ ସଡ଼କପଥରେ ଅବସ୍ଥାପିତ ରିକାପଲ୍ଲୀ ଉଚ୍ଚ-ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ସାଂସ୍କୃତିକ ସମ୍ଭାର ମଧ୍ୟରେ ଶୁକ୍ରବାର ପାଳିତ ହୋଇଯାଇଛି । ଏହି ଆନୁଷ୍ଠାନିକ ସମାରୋହରେ ଛତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀ ସୀତାରାମ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ଅଭିନବ ପ୍ରୟାସରେ ଶିକ୍ଷାର ଉନ୍ନତି ବିଧାନ ଓ ଶିକ୍ଷଣ ପ୍ରଣାଳୀକୁ ଅଧିକା ଉତ୍ସର୍ଗୀକୃତ କରାଯାଉଛି, ଯାହାକି ଆମ ପିଲାମାନଙ୍କୁ ମଧ୍ୟ ଆମ୍ଭେ ବେସରକାରୀ ବିଦ୍ୟାଳୟଠାରୁ ଉନ୍ନତ ଶିକ୍ଷଣରେ କିଛି କମ୍ ନୁହେଁ ବୋଲି ମତ ପ୍ରକାଶ କରିଛନ୍ତି । ମୁଖ୍ୟବକ୍ତା ଭାବେ ବରିଷ୍ଠ ଶିକ୍ଷାବିତ୍ ରଜନୀ କାନ୍ତ ପଟ୍ଟନାୟକ, ଅବସରପ୍ରାପ୍ତ ଶିକ୍ଷକ ସୋମନାଥ ସାହୁ, ସ୍କୁଲ ସଭାପତି ମଧୁସୁଦନ ରାଓ, ବରିଷ୍ଠ ସାମ୍ବାଦିକ କେ.ସତ୍ୟନାରାୟଣ ରେଡ୍ଡୀ ପ୍ରମୁଖ ମଞ୍ଚାସୀନ ହୋଇ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଉନ୍ନତ ମାନର ଶିକ୍ଷଣ ଉପରେ ତାତ୍ତ୍ଵିକ ଆଲୋଚନା ଦେଇଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ପୁରସ୍କାର ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରଯାଇଥିଲା । ସ୍ଵତନ୍ତ୍ର ଭାବେ ଏହି ସ୍କୁଲର ବର୍ଷିୟାନ ଶିକ୍ଷୟିତ୍ରୀ ସରୋଜିନୀ ପଟ୍ଟନାୟକ ସ୍ମୃତିରେ ସମସ୍ତ ଶ୍ରେଣୀର ମେଧାବୀ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ସମ୍ମାନରେ କେତେଜଣ ବିଦ୍ୟାର୍ଥୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ବୃତ୍ତିନାମାରେ ପୁରସ୍କୃତ କରାଯାଇଥିଲା । ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷିତ ହୋଇ ଦର୍ଶକଙ୍କୁ ବିମୋହିତ କରିଥିଲା । ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରୀତା ରଥଙ୍କ ଅଧ୍ୟକ୍ଷତାରେ ସମସ୍ତ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା ।

jittmm
Leave A Reply

Your email address will not be published.