ସିରୋଲ ପଞ୍ଚାୟତସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶାର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସିରୋଲ ଗ୍ରାମ ପଂଚାୟତ ସଦରମହକୁମାଠାରେ ଆମ ଓଡିଶା ନବୀନ ଓଡିଶା ମାଧ୍ୟମରେ ପାଳିତ “ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ ଓ ପଂଚାୟତସ୍ତରୀୟ ସଚେତନତା ସଭା” ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ହଂସରାଜ ଜୈନ, ସମ୍ମାନିତ ଅତିଥି ପୂର୍ବତନ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଲଳିତା ଦେବୀ ଜୈନ, ଅନ୍ୟତମ ଅତିଥି ସରପଞ୍ଚ ଲୋଚନା ବଗର୍ତ୍ତୀ, ପିଇଓ ଗଙ୍ଗାଧର ଛତର ଏବଂ ଅନ୍ୟ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଏଥିରେ ସରପଞ୍ଚ ପ୍ରତିନିଧି ଲମ୍ବୁଧର ବଗର୍ତ୍ତୀ, ଶ୍ରୀପତି ବଗର୍ତ୍ତୀ, ନରେନ୍ଦ୍ର ମହାରଣା, ହୁତାସନ ଛୁରା, ଇଷ୍ଟମ ପୁଝାରୀ, ପିଣ୍ଟୁ ଦୀପ, ପାର୍ଥ ପ୍ରଧାନୀଙ୍କ ସହିତ ସମସ୍ତ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଶ୍ରୀ ଜୈନ ମୁଖ୍ୟମନ୍ତ୍ରୀଙ୍କ ଏହିଭଳି ସୁନ୍ଦର ପ୍ରୟାସ ତଥା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ ଜନହିତକର ଯୋଜନା ତୃଣମୂଳ ସ୍ତରରେ ପହଂଚାଇବା ବ୍ୟବସ୍ଥାକୁ ବହୁତ ଧନ୍ୟବାଦ ଜଣାଇଥିଲେ । ସିରୋଲ ଗ୍ରାମ ପଂଚାୟତର ଶହ ଶହ ମହିଳା, ପୁରୁଷ ଓ ସ୍ୱୟଂ ସହାୟିକା ଗୋଷ୍ଠୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

4 × five =