ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଇଆଇଟି ଦିଲ୍ଲୀ-ଆବୁଧାବି କ୍ୟାମ୍ପସର ପ୍ରଥମ ବ୍ୟାଚ୍ର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଆଇଆଇଟି କେବଳ ଭାରତ ଏବଂ ୟୁଏଇ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗର ଏକ ନୂତନ ଅଧ୍ୟାୟର ଆରମ୍ଭ ନୁହେଁ, ବରଂ ଦୁଇ ଦେଶର ଯୁବକମାନଙ୍କୁ ମଧ୍ୟ ଏହା ଏକାଠି କରିଛି । ଫେବୃୟାରୀ ୨୦୨୨ରେ ୟୁଏଇରେ ଦିଲ୍ଲୀ ଆଇଆଇଟିର ଏକ କ୍ୟାମ୍ପସ ଖୋଲିବା ପାଇଁ ଦୁଇ ଦେଶର ନେତୃତ୍ୱ ଲକ୍ଷ୍ୟ ରଖିଥିଲେ । ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଦିଲ୍ଲୀ (ଆଇଆଇଟି-ଡି) ଏବଂ ଆବୁଧାବି ଶିକ୍ଷା ଓ ଜ୍ଞାନ ବିଭାଗ (ଏଡିଇକେ)ର ମିଳିତ ସହଯୋଗରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପର ଉଦ୍ଦେଶ୍ୟ ବିଶ୍ୱସ୍ତରରେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଉଚ୍ଚଶିକ୍ଷା ସୁଯୋଗ ପ୍ରଦାନ କରିବ । ଏହାଦ୍ଵାରା ପରବର୍ତ୍ତୀ ପିଢ଼ିର ପ୍ରଯୁକ୍ତିବିଦ୍ୟା, ଗବେଷଣା ଏବଂ ଉଦ୍ଭାବନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଭାଗିଦାରୀ ବୃଦ୍ଧି ପାଇବ । ପ୍ରଥମ ଶିକ୍ଷଣ କାର୍ଯ୍ୟକ୍ରମ–ମାଷ୍ଟର ଇନ୍ ଏନର୍ଜି ଟ୍ରାଞ୍ଜିସନ ଆଣ୍ଡ ସଷ୍ଟେନେବିଲିଟି- ଚଳିତ ଜାନୁଆରୀରେ ଆରମ୍ଭ ହୋଇଛି ।