csstore

ଠେମରା ପଞ୍ଚାୟତରେ ପଞ୍ଚାୟତସ୍ତରୀୟ ସଚେତନତା ଶିବିର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଠେମରା ପଞ୍ଚାୟତ କାର୍ଯ୍ୟାଳୟଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତସ୍ତରୀୟ ସଚେତନା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଠେମରା ସରପଞ୍ଚ ଲକ୍ଷ୍ମୀକାନ୍ତ ବାଗଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ରୂପେ ଏକାଉଣ୍ଟ ଅଫିସର ଜ୍ୟୋତିପ୍ରକାଶ ମିଶ୍ର, ସମ୍ମାନିତ ଅତିଥି ଭାବେ ଜିପିଓ ପୁରୁଷୋତ୍ତମ ମାଝୀ, ବ୍ଲକ ସାମାଜିକ ସମୀକ୍ଷକ ସୁଶୀଲ କୁମାର ପୋଡ଼, ଓଡିଶା ଜୀବିକା ମିଶନର ବିଏଲ୍‌ସି ଡ. ସତ୍ୟପ୍ରିୟ ବେହେରା, ସମିତି ସଭ୍ୟା କସ୍ତୁରୀ ମାଝୀ, କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ଗହିର, ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସଭାପତି ରଶ୍ମିରଞ୍ଜନ ପୁଟେଲ, ସମ୍ପାଦକ ହୁଲେଶ୍ୱର ହଂସ, କୋଷାଧ୍ୟକ୍ଷ ଦୀପକ କୁମାର ଦାସ ଯାଦବ ପ୍ରମୁଖ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନଙ୍କ ବିଭିନ୍ନ ଲୋକାଭିମୁଖି ଯୋଜନା ବିଷୟରେ ଆଲୋଚନା କରିଥିଲେ । ସୁଶୀଲ କୁମାର ପୋଡ଼ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଲୋକଗୀତ ମାଧ୍ୟମରେ ଲୋକଙ୍କୁ ଜଣାଇଥିଲେ । ଏଥିରେ ପଞ୍ଚାୟତ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.