oom

ଗୋଇମୁଣ୍ଡରେ ପଞ୍ଚାୟତସ୍ତରୀୟ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତସ୍ତରୀୟ ସଚେତନତା ଶିବିର ତଥା ଗ୍ରାମାଞ୍ଚଳର ଭିତ୍ତିଭୂମିର ବିକାଶ “ଆମ ଓଡ଼ିଶା ନବୀନ ଓଡିଶା” କାର୍ଯ୍ୟକ୍ରମ ଗୋଇମୁଣ୍ଡ ଖେଳ ପଡିଆଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଗୋଇମୁଣ୍ଡ ସରପଞ୍ଚ କାଳିଆ ସରାଫଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର,ସମ୍ମାନିତ ଅତିଥି ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଲା ମାଝୀ, ବରିଷ୍ଠ ବିଜେଡ଼ି ନେତ୍ରୀ ଗୋପା ମହାନନ୍ଦ, ରାଜ୍ୟସଭା ସାଂସଦଙ୍କ ପ୍ରତିନିଧି ସିଦ୍ଧେଶ୍ୱର ଦାସ, ପତ୍ରାପାଲି(କ) ପଞ୍ଚାୟତ ସମିତି ସଭ୍ୟ ସନ୍ୟାସୀ ପୁଟେଲ, ଓଏଲ୍‌ଏମ୍‌ ବିପିଏମ୍‌ ଡ. ଗୋପାଳକୃଷ୍ଣ ଦୀପ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଗଙ୍ଗାଧର ଛତର, ନାଏବ ସରପଞ୍ଚ ଡାଲିମ୍ବ ଭୋଇ ପ୍ରମୁଖ ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ଥିଲେ । ଜିଆର୍‌ଏସ୍‌ ନିଗମାନନ୍ଦ ଦାସ ସଭା ସଞ୍ଚାଳନ କରିଥିଲେ । ଗୋଇମୁଣ୍ଡର ଆରାଧ୍ୟ ଦେବୀ ମା’ ଦ୍ୱାରସେହ୍ନିଙ୍କ ଗୁଡିରୁ ମଶାଲ ଅଣାଯାଇ କାର୍ଯ୍ୟକ୍ରମ ସ୍ଥଳରେ ସ୍ଥାପନ କରାଯିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଦୀପ ପ୍ରଜ୍ଵଳନ ପରେ ଅତିଥିଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନ କରାଯିବା ପରେ ଆମ ଓଡିଶା ନବୀନ ଓଡିଶାରେ ପଞ୍ଚାୟତକୁ ଆସିଥିବା ଅନୁଦାନ ଘୋଷଣା କରାଯାଇଥିଲା । ଏଥିରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ବିଭିନ୍ନ ସାଂସ୍କୃତିକ ଦଳ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ମାମିନ ସାହୁ ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ପରେ ସମସ୍ତ ପ୍ରତିଯୋଗୀଙ୍କୁ ମାନପତ୍ର ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ଅକ୍ଷୟ ସାହୁ, ରମାକାନ୍ତ ସାହୁ, ମହେନ୍ଦ୍ର ସାହୁ, ପୁରିତ ସାହୁ, ୱାର୍ଡ ସଭ୍ୟ ଗୋରେଖ ଭୋଇ, ଭଗତ ଭୋଇ, ଏମ୍‌ବିକେ, ସିଆର୍‌ପି, ଅଙ୍ଗନଧ୍ୱାଡି କର୍ମୀ, ୱାର୍ଡ ସଭ୍ୟ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା ପ୍ରମୁଖ ସହଯୋଗ କରିଥିଲେ । ପଞ୍ଚାୟତର ଗୋଇମୁଣ୍ଡ, ଝିଙ୍କିଡୁଙ୍ଗୁରି, ଚିତ୍ରାମୁଣ୍ଡା, ଗୁରୁଣ୍ଡା, ବୁଢ଼ୀପଦର, ଭୋଇପଡା ଗ୍ରାମର ଜନସାଧାରଣ ବହୁ ସଂଖ୍ୟାରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.