pr

ପ୍ରଧାନ ଶିକ୍ଷକଙ୍କ ମାସିକ ସମ୍ମିଳନୀ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକସ୍ତରୀୟ ହାଇସ୍କୁଲ ପ୍ରଧାନ ଶିକ୍ଷକମାନଙ୍କ ପଞ୍ଚମ ମାସିକ ସମ୍ମିଳନୀ ଆଜି ସରକାରୀ ଉଚ୍ଚ ବିଦ୍ୟାଳୟ ଗୌରେନମୁଣ୍ଡାଠାରେ ଅନୁଷ୍ଠିତ ହୋଇଯାଇଛି । ଗାଇସିଲାଟ ବ୍ଲକ ଶିକ୍ଷା ଅଧିକାରୀ ରାମଲାଲ ବରିହା ଏହି କର୍ମଶାଳାଟିକୁ ଉଦ୍‌ଘାଟନ କରିଥିବା ବେଳେ ପ୍ରାରମ୍ଭିକ ସଭାରେ ଏବିଇଓ ଧବଳେଶ୍ଵର ବରିହା, ସରକାରୀ ନୋଡାଲ ହାଇସ୍କୁଲ ଅନୀଲ କୁମାର ବେହେରା, ଆୟୋଜକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ସାହୁ, ସାଧନ କର୍ମୀ ମୋହନ ରଣା, ରମେଶ ଚନ୍ଦ୍ର ସାହୁ ଉପସ୍ଥିତ ଥିଲେ । ବିଦ୍ୟାଳୟର ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ଶିକ୍ଷକ ଅକ୍ଷୟ କୁମାର ସାହାଣୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ଗନିଆପାଲି ହାଇସ୍କୁଲ ପ୍ରଧାନ ଶିକ୍ଷକ ଗତ ସମ୍ମିଳନୀର ବିବରଣୀ ପଠନ କରିଥିଲେ । ପ୍ରଥମ ଅଧିବେଶନରେ ସାଧନ କର୍ମୀମାନେ ଚଳିତ ମାଟ୍ରିକ ପରୀକ୍ଷା ସମ୍ବନ୍ଧରେ ବିଶେଷ ଭାବେ ଆଲୋକପାତ କରିଥିଲେ ଓ ଏହି ସମ୍ବନ୍ଧୀୟ ଆଲୋଚନାରେ ସମସ୍ତ ପ୍ରଧାନ ଶିକ୍ଷକ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଭୋଜନ ବିରତି ପରେ ସମସ୍ତ ସଦସ୍ୟ ବିଦ୍ୟାଳୟର ସ୍ମାର୍ଟ କ୍ଳାସରୁମ୍, ଇ-ଲାଇବ୍ରେରୀ, ବିଜ୍ଞାନାଗାର, ପାଇଖାନା, ବଗିଚା, ପାନୀୟ ଜଳ ବ୍ୟବସ୍ଥା ବୁଲି ଦେଖିଥିଲେ ଓ ଏ ସମ୍ପର୍କିତ ମତାମତ ସଭାରେ ଉପସ୍ଥାପନ କରିଥିଲେ । ଶେଷରେ କଟାବାହାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ସୁଦର୍ଶନ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.