oom

ଗାଡ଼ି ସାଇଡ ଦେବାକୁ ନେଇ ବୋଲେରୋ ଗାଡ଼ି ମାଲିକ ସହ ଡ୍ରାଇଭରଙ୍କୁ ଆକ୍ରମଣ : ଜଣେ ବାଇକ ଆରୋହୀ କୋର୍ଟ ଚାଲାଣ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୋଇମୁଣ୍ଡ ପଞ୍ଚାୟତ ଝିକିଡୁଙ୍ଗୁରୀ ଗ୍ରାମର ବୋଲେରୋ ଗାଡ଼ି ମାଲିକ ନିତ୍ୟାନନ୍ଦ ସାହୁ(୨୮) ତାଙ୍କ ଡ୍ରାଇଭର ଓ ଅନ୍ୟମାନଙ୍କ ସହ ଚିତ୍ରାମୁଣ୍ଡା ଛକରେ ଗାଡ଼ି ସାଇଡ ଦେବାକୁ ନେଇ ଗଣ୍ଡଗୋଳ କରିବା ଅଭିଯୋଗରେ ପୁଲିସ ଚିତ୍ରାମୁଣ୍ଡା ଗ୍ରାମର ନବୀନ ସାହୁଙ୍କ ପୁଅ ବାଇକ ଆରୋହୀ ଟିଟୁ ଓରଫ ରୋହିତ ଓରଫ ଜ୍ୟୋତିରଞ୍ଜନ ସାହୁଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି । ରୋହିତଙ୍କ ଆକ୍ରମଣରେ ଅନ୍ୟମାନେ ଆହତ ହୋଇଥିଲେ । ନିତ୍ୟାନନ୍ଦଙ୍କ ଏତଲା ଆଧାରରେ ପୁଲିସ କେସ୍‌ ନଂ ୪୩/୨୪ରେ ଦଫା ୩୪୧/୨୯୪/୩୨୩/୫୦୬/୩୪ ଆଇପିସିରେ ସବଇନ୍ସେକ୍ଟର ପ୍ରମୋଦ କୁମାର ପଧାନ ଘଟଣାର ତଦନ୍ତ କରୁଥିଲେ । ଅଧିକ ତଦନ୍ତ ପରେ ପୁଲିସ ଅଭିଯୁକ୍ତ ରୋହିତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ତାଙ୍କ ନାମରେ ପୂର୍ବରୁ ମଧ୍ୟ ଥାନାରେ ମାମଲା ରହିଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.