ବଲାଙ୍ଗିର, (କେପିଏନ୍ଏସ୍) : ଅର୍ଥ ବ୍ୟବସ୍ଥା ଯେକୌଣସି ଦେଶର ଆର୍ଥିକ ମାନ ସୁଦୃଢ କରିବାରେ ସହାୟକ ହୋଇଥାଏ । ଅର୍ଥ ବ୍ୟବସ୍ଥାର ସୁଦୃଢ଼ୀକରଣ ପାଇଁ ଭିତ୍ତଭୂମିର ଉନ୍ନତିକରଣ ନିତାନ୍ତ ଆବଶ୍ୟକ । ଏଇ ଭିତ୍ତିଭୂମିର ଉନ୍ନତିକରଣ ଓ ଅର୍ଥ ବ୍ୟବସ୍ଥାର ବିଭିନ୍ନ ବିଭାଗ ଯେପରି କୃଷି, ଶିଳ୍ପ ଓ ସେବା କ୍ଷେତ୍ରର ବିକାଶ ପାଇଁ ବଜେଟ ବା ଆର୍ଥିକ ଅଟକଳ ପ୍ରତିବର୍ଷ ଦେଶର ବିତ୍ତୀୟ ମନ୍ତ୍ରଣାଳୟ ଏହା ପ୍ରସ୍ତୁତ ଏବଂ ସଂସଦରେ ଉପସ୍ଥାପିତ କରିଥାଏ । ଛାତ୍ର, ଛାତ୍ରୀଙ୍କୁ ଏଇ କାର୍ଯ୍ୟକ୍ରମ ବିଷୟରେ ଅବଗତ କରାଇବା ପାଇଁ ସେଞ୍ଚୁରିଆନ୍ ବିଦ୍ୟାଳୟରେ କର୍ତ୍ତୃପକ୍ଷ ଅନ୍ତରୀଣ ବଜେଟର ଏକ ବିଶ୍ଲେଷଣାତ୍ମକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମଟିରେ ବିଦ୍ୟାଳୟର ଏକାଦଶ (କଳା)ଶ୍ରେଣୀର ୫୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଛାତ୍ରଛାତ୍ରୀମାନେ ଆଗାମୀ ଆର୍ଥିକ ବର୍ଷ ପାଇଁ ସଂସଦରେ ଉପସ୍ଥାପିତ ହୋଇଥିବା ଆନ୍ତରୀଣ ବଜେଟର ସମୀକ୍ଷା ଓ ବିଶ୍ଲେଷଣ କରିଥିଲେ । ଛାତ୍ରଛାତ୍ରୀମାନେ ବିଭିନ୍ନ ଆର୍ଥିକ ସମସ୍ୟା ଯେପରି ଦାରିଦ୍ର୍ୟ, ବେକାରି ସମସ୍ୟା, ଧାରଣୀୟ ବିକାଶ, ମୁଦ୍ରାସ୍ଫିତୀ, ଆନୁଷ୍ଠାନିକ ଓ ଅଣ ଅନୁଷ୍ଠାନିକ ଋଣ ବ୍ୟବସ୍ଥା, ନାରୀ ସଶକ୍ତିକରଣ, ଯୁବା ଶକ୍ତିର ବିକାଶ ପରି ବିଷୟ ଗୁଡିକର ବିଶ୍ଲେଷଣ ଓ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମଟି ଅନୁଷ୍ଠାନର ଆଞ୍ଚଳିକ ନିର୍ଦ୍ଦେଶକ ଡ଼. ପ୍ରଦୀପ କୁମାର ଷଡ଼ଙ୍ଗୀଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା । ସେଞ୍ଚୁରିଆନ୍ ବିଦ୍ୟାଳୟର ଉପାଧକ୍ଷା ଶ୍ରୀମତୀ ପୁଣ୍ୟତୋୟା ବିଶ୍ୱାଳଙ୍କର ମାର୍ଗ ଦର୍ଶନରେ କାର୍ଯ୍ୟକ୍ରମଟି ସମାପିତ ହୋଇଥିଲା । କାର୍ଯ୍ୟକ୍ରମଟିରେ ବିଦ୍ୟାଳୟର ଅଧ୍ୟକ୍ଷ ତମାଳ ଚକ୍ରବର୍ତ୍ତୀ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଅନୁଷ୍ଠାନ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ପାଇଁ ସୂଚନା ଧର୍ମୀ ଓ ଉପଯୋଗୀ ହୋଇପାରିଥିଲା । ଅନୁଷ୍ଠାନର ଏହି ଅଭିନବ ପ୍ରୟାସକୁ ସହରର ସବୁ ମହଲରେ ସ୍ୱାଗତ କରାଯାଇଛି ।
Prev Post