oom

ତୁରେକେଲାରେ ବ୍ଲକସ୍ତରୀୟ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ

jsmm

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ସାରା ରାଜ୍ୟରେ ତିନିଦିନ ବ୍ୟାପୀ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବା ପରିପ୍ରେକ୍ଷୀରେ ତୁରେକେଲା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକସ୍ତରୀୟ କାର୍ଯ୍ୟକ୍ରମ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଭାଷା ସାହିତ୍ୟ ଓ ସୃଜନଶୀଳତାର ଉତ୍ସବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜୟନ୍ତ କୁମାର ପ୍ରଧାନ, ବ୍ଲକ ଶିକ୍ଷା ଅଧିକାରୀ ସଭାପତିତ୍ୱ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଫକୀର ଚରଣ ବିଶି, ବିଆର୍‌ସିସି, ଅବସରପ୍ରାପ୍ତ ଶିକ୍ଷକ ସୂର୍ଯ୍ୟକାନ୍ତ ରଣା, ଶିକ୍ଷୟିତ୍ରୀ ସବିତା ମହାପାତ୍ର, ମୁଖ୍ୟବକ୍ତା ଭାବରେ ଶିଶୁ ସାହିତ୍ୟିକ ବିରଞ୍ଚି ନାରାୟଣ ଦାଶ ଓ ସମ୍ମାନିତ ବକ୍ତା ଭାବରେ ଅଞ୍ଜଳି ମାଝୀ ଯୋଗ ଦେଇଥିଲେ । କଣ୍ଟାବାଞ୍ଜି ଆଞ୍ଚଳିକ ସଂଯୋଜକ ଦୀନେଶ ମହାନନ୍ଦ ସଭା ପରିଚାଳନା, ଧନସିଂ ମାଝୀ ସ୍ୱାଗତ ଅଭିଭାଷଣ ଓ ଅନୁପ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ପୂଜାର୍ଚ୍ଚନା ପରେ ବନ୍ଦେ ଉତ୍କଳ ଜନନୀ ସମବେତ କଣ୍ଠରେ ଗାନ କରାଯାଇଥିଲା । ଏହି ଅବସରରେ ଶିଶୁ ସାହିତ୍ୟିକ ଦ୍ୱୟଙ୍କୁ ଉପଢୌକନ, ସ୍ମୃତିଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ତାପରେ ବିଭିନ୍ନ କ୍ଲଷ୍ଟରରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଯଥା ବକ୍ତୃତା, ଚିତ୍ରାଙ୍କନ, ସାଧାରଣ ଜ୍ଞାନ, ପ୍ରଦର୍ଶନୀ, କବିତା ଆଦି କରି ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା । ଯେଉଁମାନେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ସେମାନେ ଜିଲ୍ଲାସ୍ତର କାର୍ଯ୍ୟକ୍ରମରେ ଯୋଗ ଦେବାକୁ କୁହାଯାଇଥିଲା । କଳିଙ୍ଗ ନଗର ପ୍ରାଥମିକ ବିଦ୍ୟାଳୟର ଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସିଆର୍‌ସିସି ଗଜୟ କୁମାର ଦାଶ, ଶିକ୍ଷକ ସୌରଭ ବେହେରା, ମଲ୍ଲିକ ଆବିଦ, ସୁନନ୍ଦା ପୁରୋହିତ, ପୂଜା ଜାଲ, କାନ୍ତି ବର୍ଗେ, ଧନମତି ନାୟକ, ଜାନକୀରାମ ସାମବେଦମ, ପ୍ରମୋଦ ମାଝୀ, ସୂର୍ଯ୍ୟମଣି ସେଠ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.