jayashree

କନଗାଁରେ ହରଡ଼ ମଣ୍ଡି ଉଦ୍‌ଘାଟିତ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ କନଗାଁଠାରେ ହରଡ଼ ମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଏହି ମଣ୍ଡିରେ ହରଡ଼ ମଞ୍ଜି ଉତ୍ପାଦକଙ୍କଠାରୁ ସିଧା ସଳଖ ପ୍ରମାଣିକ ହରଡ଼ ବିହନ କିଣାଯିବ । ଚଳିତ ଖରିଫ ଋତୁରେ ବଲାଙ୍ଗିର ଜିଲ୍ଲାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଆଇକାଡାର ମିଳିତ ଆନୁକୂଲ୍ୟରେ ଅଞ୍ଚଳ‌ର ୫୬୩ ହେକ୍ଟର ଚାଷ ଜମିରେ ହରଡ ମଞ୍ଜି ଉତ୍ପାଦନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି କ୍ରମରେ ଚଳିତ ବର୍ଷରେ ୨୦୦ କ୍ୱିଣ୍ଟାଲ ହରଡ଼ ପ୍ରମାଣିକ ବିହନ କିଣିବା ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଛି । କଳାହାଣ୍ଡି ଫାର୍ମର ପ୍ରଡ୍ୟୁସର କମ୍ପାନୀ ମାଧ୍ୟମରେ ୧୫ ଶହ କ୍ୱିଣ୍ଟାଲର ପ୍ରାଣମିକ ବିହନ ଓଡ଼ିଶା ରାଜ୍ୟ ବିହନ ଯୋଗାଇଛି । ହରଡ଼ ଏକ ମରୁଡି ସହଣୀ ଫସଲ ଅଟେ । କ୍ରମାଗତ ଭାବରେ ସରକାର ପ୍ରମାଣିକ ବିହନ ମୂଲ୍ୟ ବୃଦ୍ଧି କରି ଚାଲିଛନ୍ତି । ଏହାର ସୁଯୋଗ ନେବାକୁ ପ୍ରଡ୍ୟୁସର କମ୍ପାନୀର କାର୍ଯ୍ୟନିାର୍ବହୀ ଅଧିକାରୀ ପ୍ରଦୀପ ମିଶ୍ର ଅଗ୍ରଣୀ ଚାଷୀମାନଙ୍କୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.