ବରଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ବରଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ୨୦୨୩-୨୪ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦେବେଶ ଆଚାର୍ଯ୍ୟ(ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବରଗଡ଼), ସମ୍ମାନିତ ଅତିଥି ଭାବେ ମିତ୍ରଭାନୁ କଚ୍ଛପ (ଜିଲ୍ଲା ଶିକ୍ଷଧିକାରୀ, ବରଗଡ଼), ଛତ୍ରପତି ସାହୁ (ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ, ବରଗଡ଼) ଓ ଶ୍ରୀମତୀ ସେବାଶ୍ରୀ ଭୋଇ (ଗୋଷ୍ଠୀ ଶିକ୍ଷାଧିକାରୀ, ବରଗଡ଼) ଯୋଗଦାନ ପୂର୍ବକ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଉତ୍ସବରେ ମୁଖ୍ୟ ବକ୍ତାରୂପେ ହରେକୃଷ୍ଣ ଦେବତା (ଅଧ୍ୟକ୍ଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କମଗାଁ) ତଥା ଅତିଥି ରୂପେ ଗ୍ରାମର ଅନ୍ୟାନ୍ୟ ଭଦ୍ରବ୍ୟକ୍ତି ଯୋଗଦାନ କରିଥିଲେ । ବିଦ୍ୟାଳୟର ଶିକ୍ଷାର୍ଥୀମାନଙ୍କ ଦ୍ଵାରା ସୁମଧୁର ସ୍ଵରରେ ସ୍ୱାଗତ ସଂଗୀତ ପରିବେଷିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମାକାନ୍ତ ମେହେର ଉତ୍ସବକୁ ଆଗେଇ ନେଇଥିବା ବେଳେ ଶିକ୍ଷକ ଉଦ୍ଧବ ଦେବତା ମଞ୍ଚ ପରିଚାଳନା ତଥା ଶିକ୍ଷକ ଉପେନ୍ଦ୍ର ଖମାରୀ ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ । ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଯଥା ଗଣେଶ ବାରିକ, କରୁଣା ମେହେର, ସିବିରଞ୍ଜନ ପ୍ରଧାନ, ଶ୍ରୀମତୀ ରଶ୍ମୀ ତେତେ ଓ ଶ୍ରୀମତୀ ଲୋପାମୁଦ୍ରା ସାହୁଙ୍କ ସାମଗ୍ରିକ ସହଯୋଗରେ ଉତ୍ସବଟି ସଫଳ ହୋଇଥିଲା । ଉତ୍ସବଟିର ସଫଳତା ପଛରେ ଗ୍ରାମବାସୀମାନଙ୍କର ଅନନ୍ୟ ଅବଦାନ ଓ ସହଯୋଗ ରହିଥିଲା । କୁନିକୁନି ଶିକ୍ଷାର୍ଥୀମାନେ ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ ପୂର୍ବକ ବିଦ୍ୟାଳୟ ପରିବେଷକୁ ନିଜର ସୁଗନ୍ଧିତ ସୁରଭିରେ ସୁରଭିତ କରି ଦେଇଥିଲେ । ପରିଶେଷରେ ଶିକ୍ଷକ ଉଦ୍ଧବ ଦେବତା ଉପସ୍ଥିତ ଅତିଥି, ଅବିଭାବକ ଓ ଗ୍ରାମବାସୀମାନଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ସଭାସାଙ୍ଗ ଘୋଷଣା କରିଥିଲେ ।

Leave A Reply

Your email address will not be published.