ଟିଟିଲାଗଡରେ ୭୫ତମ ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରସ୍ଥିତ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ କ୍ରୀଡା ପ୍ରାଙ୍ଗଣରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡର ଉପଜିଲ୍ଲାପାଳ ଦୟାମୟ ପାଢୀ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ତା’ପରେ ଡିଏସ୍‌ପି ଶ୍ରୀମତୀ ଅଙ୍କିତା କୁମ୍ଭାରଙ୍କ ସହ ପ୍ଲାଟୁନ ପରିଦର୍ଶନ କରିଥିଲେ । ଏହାପରେ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରି ଜନ ସାଧାରଣଙ୍କ ନିମନ୍ତେ ଉଦବୋଧନ ପ୍ରଦାନ କରିଥିଲେ । ଏହି ଅବସରରେ ବିଭିନ୍ନ ବିଦ୍ୟାଳୟ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ହୋଇଥିବା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟଅତିଥି ଶ୍ରୀ ପାଢ଼ୀ ପୁରସ୍କାର ପ୍ରଦାନ କରିଥିଲେ ।

ସେହିପରି ଟିଟିଲାଗଡ ବଣିକ ସଂଘ ପକ୍ଷରୁ ପ୍ରଥମ ଥର କରି ସଭାପତି ଶମ୍ଭୁ ପ୍ରସାଦ ଗୋୟଲଙ୍କ ଅଧ୍ୟକ୍ଷତାରେ ନୂତନ ବିଲଡିଂ ପ୍ରାଙ୍ଗଣରେ ସଙ୍ଘର ବରିଷ୍ଠ ସଦସ୍ୟ ଈଶ୍ୱର ଜୈନ ଓ ସଭାପତି ଶମ୍ଭୁ ପ୍ରସାଦ ଗୋୟଲ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ଉପସ୍ଥିତ ସଦସ୍ୟମାନେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଦେଶ ପ୍ରତି ନିଜର ଦାୟିତ୍ଵ କିପରି ନିର୍ବାହ କରି ହେବ ସେ ଦିଗରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଙ୍ଘ ସଂପାଦକ ଗୋପାଳ ଜୈନ, ସଦସ୍ୟ ଅଙ୍କୁର ଅଗ୍ରୱାଲ, ସଞ୍ଜୟ ସୋନି, ବସନ୍ତ ସାହୁ, ସଞ୍ଜୟ କୁମାର ନାୟକ, ବିଜୟ ଜୈନ, ଆବାସ ଖାଁ, ବିଜୟ ମେହେର, ମୋହିତ ଜୈନଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ଏହି ଅବସରରେ ରକ୍ତଦାନ କରିବାରେ ଅତୁଳନୀୟ ଅବଦାନ ପାଇଁ ଆନନ୍ଦ ଜୈନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ସ୍ଥାନୀୟ ଲାୟନସ୍ ସଭା ଗୃହ ସମ୍ମୁଖରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ କ୍ଲବ ସଭାପତି ସନ୍ତୋଷ ମହାନ୍ତି । ଏହି ଅବସରରେ କ୍ଳବର୍ ବରିଷ୍ଠ ସଦସ୍ୟ ଡ. ଘନଶ୍ୟାମ ଜୈନ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ନିଜେ ଦେଶ ପାଇଁ ନିଜର କର୍ତ୍ତବ୍ୟ କରିବା ଆବଶ୍ୟକ ବୋଲି କହିବା ସହ ନିଜକୁ ଆଗ ଜଣେ ଉତ୍ତମ ନାଗରିକ ଭାବରେ ନିଜର ଅଞ୍ଚଳ ପାଇଁ ଦାୟିତ୍ଵ ନିର୍ବାହ କଲେ ତାହା ଦେଶ ପାଇଁ ମଧ୍ୟ ସହଯୋଗର ହାତ ବଢ଼ାଇବା ସହ ସମାନ ବୋଲି କହିଥିଲେ । ଏହି ଅବସରରେ କ୍ଲବର ପୂର୍ବତନ ସଭାପତି ଲିଙ୍ଗରାଜ ସାହୁ ଏବଂ କ୍ଲବର ମାର୍କେଟିଂ ଚେୟାର ପର୍ସନ ସଞ୍ଜୟ କୁମାର ନାୟକଙ୍କୁ ମିଳିଥିବା ଅନ୍ତର୍ଦେଶୀୟ କ୍ଲବ ପିନ୍‌ ଏବଂ ମାନପତ୍ର ଦ୍ବାରା ସମ୍ମାନୀତ କରାଯାଇଥିବା ବେଳେ ନୂତନ ଭାବେ ଯୋଗ ଦେଇଥିବା ସଦସ୍ୟଙ୍କୁ ମଧ୍ୟ କ୍ଲବ ତରଫରୁ ପିନ୍‌ ଏବଂ ସଦସ୍ୟତା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ସେହିପରି କ୍ଲବ ସମ୍ପାଦକ ଅଜିତ ଚାନ୍ଦ ପାତ୍ର କୋଲକାତା ଯାଇ ଇଏଲ୍‌ଏଲ୍‌ଆଇ ଟ୍ରେନିଂ ସମ୍ପୂଣ୍ଣ କରିଥିବାରୁ ତାଙ୍କୁ ମଧ୍ୟ ପିନ୍‌ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ କ୍ଳବର ମହିଳା ସଦସ୍ୟ ଶ୍ରୀମତୀ ବିନ୍ଦୁ ସାହୁ, ମିନାକ୍ଷୀ ସାହୁ, ଲଳିତା ଲାଠ, ସୀମା ମହାନ୍ତି, ଗୀତାଞ୍ଜଳି ମହାରଣା, ଗାୟତ୍ରୀ ଜୈନ, ଲାୟନ ରତ୍ନାକର ସାହୁ, ରାକେଶ ଜୈନ, ମହେନ୍ଦ୍ର ନାହାକ, ରିଜିଓନାଲ ଚେୟାର ପର୍ସନ ଦୀପକ ପୃଷ୍ଟି, ଅଙ୍କିତ ଗୁପ୍ତା, ସାହିଲ ମେମନ୍, ଶ୍ରୀକାନ୍ତ ଅଗ୍ରୱାଲ, ପ୍ରଦିପ ବାରିକ, କୋଷାଧ୍ୟକ୍ଷ ସଜ୍ଜନ କମାନି, ଗଙ୍ଗାଧର ଶର୍ମା, ସୁଜିତ ଚୌଧୁରୀ, ଅସିମ କୁଣ୍ଡୁଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.