oom

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସବ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀ ଗୋପାଲଜୀ ପ୍ରସାଦ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଏସ୍‌ଏମ୍‌ସି ଚେୟାର ପର୍ସନ ବିନିଲତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ବିଦ୍ୟାଳୟର ଛାତ୍ରୀମାନେ ନୂତନ ଭାବରେ ଗଠିତ ସାହିତ୍ୟ ସୃଜନୀ, ଜିଜ୍ଞାସା, କୌଶଳୀ ଓ କ୍ରୀଡାଙ୍ଗନ କ୍ଲବର ପ୍ରସ୍ତୁତ ପ୍ରକଳ୍ପ ଗୁଡ଼ିକ ପ୍ରଦର୍ଶିତ ହୋଇ ଅତିଥିଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଥିଲା । ସାହିତ୍ୟ ସୃଜନୀ ଅନ୍ତର୍ଭୁକ୍ତ ତର୍କ, ସଙ୍ଗୀତ, ପ୍ରବନ୍ଧ, କବିତା ଆବୃତ୍ତି ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ କୃତି ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ ପିଲାମାନେ ନୃତ୍ୟ ଓ ଗୀତ ପରିବେଷଣ କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ସୁରେନ୍ଦ୍ର କୁମାର ଭୋଇ ସଂଯୋଜନା କରିଥିବା ବେଳେ ଜ୍ୟୋତ୍ସାରାଣୀ ସାହୁ, ଜୀବନାନନ୍ଦ ସାହୁ, ବୃନ୍ଦାବନ ଦାସ, ମାନସ ରଞ୍ଜନ ଶତପଥୀ, ନିଳୀମା ରାଣୀ ମହାନ୍ତି, ରବିନା ପଧାନ, ସଂଯୁକ୍ତା ଭୋଇ, ବୃନ୍ଦାବତୀ ସାହୁ, ପ୍ରଭାତୀ ପଟ୍ଟନାୟକ, ମମତା ମିଶ୍ର, ଜ୍ୟୋତିରେଖା ମହାନନ୍ଦ, ସୁଷମା ଦାଶ, ଦୁଷ୍ମନ୍ତ ଛତର, ନନ୍ଦିନୀ ବାଗ, କମଳା କୁମ୍ଭାର କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ । ଶେଷରେ ପୂଜାରାଣୀ ନାୟକ ଧନ୍ୟବାଦ ଜ୍ଞାପନ କରିଥିଲେ ।

jittmm
Leave A Reply

Your email address will not be published.