oom

ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବୀର ସୁରେନ୍ଦ୍ର ସାଏ ଏବଂ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ ଓ ବ୍ଲକ ସ୍ତରୀୟ ଜାତୀୟ ବାଳିକା ଦିବସ ପାଳନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ପାଇକମାଲଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ ସହିତ “ବ୍ଲକ ସ୍ତରୀୟ ଜାତୀୟ ବାଳିକା ଦିବସ” ପାଳନ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଶିକ୍ଷା ଅଧିକାରୀ ଜିତେନ୍ଦ୍ର କୁମାର ସେଠ ଏବଂ ପାଇକମାଲ ବ୍ଲକ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ । ମୁଖ୍ୟବକ୍ତା ଥିଲେ ପୂର୍ବତନ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ପ୍ରେମାନନ୍ଦ ବାରିକ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ରାଧେଶ୍ୟାମ ମେହେର, ଶିକ୍ଷକ ଡୋଳାମଣୀ ମାହାର, ଅବସର ପ୍ରାପ୍ତ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ, ଦାମୋଦର କନ୍ଧେର, ଶୁକଦେବ ମହାନନ୍ଦ । ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପଣ୍ଡା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ସେବକ ସେଠ ସଭା ପରିଚାଳନା କରିଥିଲେ । ଶିକ୍ଷୟିତ୍ରୀ ଅନିମା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଜାତୀୟ ବାଳିକା ଦିବସ ପାଳନ ଅବସରରେ ସିନିୟର ଏବଂ ଜୁନିୟର ସ୍ତରରେ ବିଭିନ୍ନ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା । ଜୁନିୟର ଗ୍ରୁପର ସଂଗୀତ ପ୍ରତିଯୋଗିତାରେ ହିମାଦ୍ରୀ ସାହୁ ପ୍ରଥମ, ଲକ୍ଷ୍ମୀପ୍ରିୟା ସାହୁ ଦ୍ଵିତୀୟ ଓ ଲିନା ଭୋଇ ତୃତୀୟ, ଭାଷଣରେ ଲକ୍ଷ୍ମୀ ମେହେର ପ୍ରଥମ, ବରୁଣିମା ବଢ଼େଇ ଦ୍ଵିତୀୟ, ପ୍ରତିଭା ବଢ଼େଇ ତୃତୀୟ, ନୃତ୍ୟରେ ଦିବ୍ୟଶିଖା ବାରିକ, ପ୍ରଥମ, ଲକ୍ଷ୍ମୀପ୍ରିୟା ରାଉତ ଦ୍ଵିତୀୟ, ପ୍ରତିଭା ବଢ଼େଇ ତୃତୀୟ, ସିନିୟର ଗ୍ରୁପ ସଂଗୀତରେ ପୂଜା ସୁନା ପ୍ରଥମ, ମୁସ୍କାନ ପଟେଲ ଦ୍ଵିତୀୟ, ପାୟଲ ଭୋଇ ତୃତୀୟ, ନୃତ୍ୟରେ ପ୍ରିୟାରାଣୀ ଦାସ ପ୍ରଥମ, ହିମାନୀ ପ୍ରଧାନ ଦ୍ଵିତୀୟ, କାଜଲ ଭୋଇ ତୃତୀୟ, ଭାଷଣରେ ସଂଗୀତା ସାହୁ ପ୍ରଥମ, ପ୍ରିୟାରାଣୀ ଦାସ ଦ୍ଵିତୀୟ, କାଜଲ ଭୋଇ ତୃତୀୟ ସ୍ଥାନରେ କୃତିତ୍ୱ ହାସଲ କରିଛନ୍ତି । ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀମାନେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାକୁ ଯିବେ ।

jittmm
Leave A Reply

Your email address will not be published.