oom

କେରାଣ୍ଡିତୋଳା ନାରାୟଣପୁର ଗ୍ରାମରେ ଆଧ୍ୟାତ୍ମିକ ଉତ୍ସବର ସରଗରମ୍

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ପ୍ରାଣ-ପ୍ରତିଷ୍ଠାତ୍ସୋବ ଅବସରରେ ଛତ୍ରପୁର ବ୍ଲକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁର ଗ୍ରାମରେ ମଧ୍ୟ ଆଧ୍ୟାତ୍ମିକ ଉତ୍ସବ ମାନାଯାଇଥିଲା । ରାମଲାଲାଙ୍କ ଭବ୍ୟମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମମାନ ବର୍ଣ୍ଣାଢ଼୍ୟ ସମାରୋହରେ ଆୟୋଜିତ ହୋଇଯାଇଛି । ଗ୍ରାମର ଯୁବ-ଗୋଷ୍ଠୀଙ୍କ ଉଦମ୍ୟ କ୍ରମେ ଗ୍ରାମର ଚନ୍ଦ୍ରଶେଖର ମନ୍ଦିରଠାରେ ନାମ ସଂକୀର୍ତ୍ତନ, ରାଧାକୃଷ୍ଣ ମନ୍ଦିରଠାରେ ହନୁମାନ ଚାଳିଶା ଏବଂ ହନୁମାନ ମୂର୍ତ୍ତିଠାରେ ଭଜନ ସମାରୋହ ଆୟୋଜିତ ହୋଇଥିଲା । ବରିଷ୍ଠ ନାଗରିକ ମଞ୍ଚର ସଂପାଦକ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ସଂଯୋଜନାରେ ଚନ୍ଦ୍ରଶେଖର ଯୁବକ ସଂଘର ସଭାପତି ସରୋଜ କୁମାର ପ୍ରଧାନ, ପ୍ରଶାନ୍ତ କୁମାର ପ୍ରଧାନ, ଦିବାକର ବେହେରା, କାମରାଜୁ ପ୍ରଧାନ, ଲବ ପ୍ରଧାନ, ସୁରେନ୍ଦ୍ର ପ୍ରଧାନ, ମହାବୀର ସଂଘର ପିଙ୍କୁ ପାଣିଗ୍ରାହୀ, ପ୍ରଭଞ୍ଜନ ପାଣିଗ୍ରାହୀ, ସୁଧାକର ମହାନ୍ତି, ଅଶ୍ୱିନୀ କୁମାର ସାହୁ, କୁନା ପ୍ରଧାନ ଏବଂ ସଂକୀର୍ତ୍ତନ ଦଳର ଜୁରିଆ ପ୍ରଧାନ, ଭଗବାନ ସାହୁ, ବିଶ୍ୱନାଥ ମହାନ୍ତି ପ୍ରମୁଖ ରାମ ହନୁମାନ ଭଜନ ଓ ଚାଳିଷା ପରିବେଷଣ କରି ଗ୍ରାମବାସୀଙ୍କ ମଧ୍ୟରେ ଆଧ୍ୟାତ୍ମିକ ସଚେତନତା ସୃଷ୍ଟି କରିଥଲେ । ରାମଲାଲାଙ୍କ ମୂର୍ତ୍ତି ପ୍ରତିଷ୍ଠା ଦିବସରେ ଯୁବ ଗୋଷ୍ଠୀର ଆଧ୍ୟାତ୍ମିକ ସଚେତନତା ସୃଷ୍ଟି କରିବା ପ୍ରୟାସକୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କାମରାଜୁ ମହାରଣା, ଅବସରପ୍ରାପ୍ତ ଶିକ୍ଷକ କୋରା ମହାରଣା, ବରିଷ୍ଠ ନାଗରିକ ମଞ୍ଚ ସଭାପତି ନରହରି ପ୍ରଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ପ୍ରଶଂସା କରି ଉତ୍ସାହିତ କରିଥିଲେ ।

jittmm
Leave A Reply

Your email address will not be published.