oom

ମନରେଗା କାମକୁ ବିରୋଧ କରି ସରପଞ୍ଚଙ୍କୁ ଲିଖିତ ଅଭିଯୋଗ କଲେ ଗ୍ରାମବାସୀ

jsmm

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଘୁନେଶ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଘୁନେଶ ଗାଁର ମନରେଗା ଶ୍ରମିକ ମନରେଗା କାମ କରି ସୁରୁଖୁରୁରେ ନିଜ ପରିବାର ଭରଣ ପୋଷଣ କରି ଚଳନ୍ତି । ହେଲେ ଉକ୍ତ ଗାଁର କିଛି ଲୋକେ କୌଣସି କାରଣରୁ ମନରେଗା କାମକୁ ବିରୋଧ କରି ଗତ ଡିସେମ୍ବର ୨୯ ତାରିଖରେ ଏକ ଗ୍ରାମସଭା କରିଥିଲେ । ଉକ୍ତ ସଭାରେ କିଛି ୱାର୍ଡ ମେମ୍ବର ଓ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗାଁରୁ ଆସିଥିବା ଭଦ୍ରବ୍ୟକ୍ତି ଓ ମହିଳାମାନେ ସରପଞ୍ଚଙ୍କୁ ବିଭିନ୍ନ ଗାଁ ଗୁଡ଼ିକରେ ଚହଲା ଓ ରାସ୍ତାଘାଟ, ଜମି ମରାମତି ହେଉ ଏବଂ କୃତ୍ରିମ ଗାତ ଖନନକୁ ବନ୍ଦ କରାଯାଉ ବୋଲି ଲିଖିତ ଅଭିଯୋଗ କରିଥିଲେ । ହେଲେ ବର୍ତ୍ତମାନ ସାତଲକ୍ଷ ଟଙ୍କାର ନାଳା କାର୍ଯ୍ୟ ଚାଲିଥିବା ବେଳେ ଗାଁର କିଛି ଲୋକେ ବିରୋଧ କରି ମାଟି କାମକୁ ବନ୍ଦ କରିବା ପାଇଁ ବ୍ୟାଘାତ ସୃଷ୍ଟି କରୁଛନ୍ତି ଓ ଆମ ଗ୍ରାମପଞ୍ଚାୟତକୁ ବଦନାମ କରୁଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି । ଏହାସହ ଆମ୍ଭେ ମନରେଗା ଶ୍ରମିକ ବୃନ୍ଦ ଯାହା ବି ମାଟି କାମ କରୁଛୁ ଠିକ୍ ସମୟରେ ଆମ୍ଭର ନିଜ ନିଜର ପାଉଣା ପାଇ ପାରୁଛୁ ଓ ଏଥିରେ କୌଣଷି ଦୁର୍ନୀତିମୂଳକ କାର୍ଯ୍ୟ ହେଉନାହିଁ ବୋଲି ମନରେଗା ଶ୍ରମିକମାନେ କହିଛନ୍ତି । ଏହି ଅବସରରେ ନେପୁର ଜାଲ, ସବିତା ଦୀପ, ଉଷା ଦୀପ, ତରୁନ ନିଆଲ୍, ରୁତୁରାଜ ନିଆଲ, ବିସମ ଦୀପ, ଖଗେ ଦୀପ, ହାଡୁ ଦୀପ, ଭିମ ଠେଲା, ଦଶମୁ ବରିହା, ଶରତ ମାଝି, ରାମ ନାଗ, ପୁଷ୍ପ ଦାସ, ସବିତା ପୋଡ଼, ଯାନବ ମାଝି, ପରୀକ୍ଷିତ ସଗ୍ରିଆ, ଦିନ ସଗ୍ରିଆ, ଚିନ୍ତା ବରିହା, କନକ ବରିହା, ବଳଦେବ ନିଆଲ, କୁରେ ସଗ୍ରିଆ, ଚନ୍ଦ୍ର ବନଛୋର, ପବି ବାଗ, ଚତୁର ଠେଲା, ଲାଲ ଦୀପଙ୍କ ସହ ୧୦୩ ଜଣ ଶ୍ରମିକ ଉପସ୍ଥିତ ରହି ଅଭିଯୋଗ ଜଣାଇଛନ୍ତି ।

jittmm
Leave A Reply

Your email address will not be published.