oom

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଅବସରରେ ଟିଟିଲାଗଡ଼ ବ୍ରାହ୍ମଣ ସମାଜ ତରଫରୁ ହୋମଯଜ୍ଞ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ଅବସରରେ ଟିଟିଲାଗଡ଼ ବ୍ରାହ୍ମଣ ସମାଜ ପକ୍ଷରୁ ଧାର୍ମିକ ଯଜ୍ଞନୁଷ୍ଠାନ ଅନୁଷ୍ଠିତ ହୋଇଥିଲା । ବ୍ରାହ୍ମଣ ସମାଜର ସଭାପତି ସୁବୋଧ ଚନ୍ଦ୍ର ଦାଶ ଓ ସମ୍ପାଦକ ସତ୍ୟବ୍ରତ ପଣ୍ଡାଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩୦ ଜଣ ବ୍ରାହ୍ମଣ ସାମୁହିକ ଭାବେ ଜଗନ୍ନାଥ ସହସ୍ର ନାମ ଓ ବିଷ୍ଣୁ ସହସ୍ର ନାମ ପାଠ କରିଥିଲେ । ଏହା ସହିତ ବିଶ୍ଵଶାନ୍ତି ହୋମଯଜ୍ଞ କରାଯାଇଥିଲା । ଏଥିରେ ସମ୍ପାଦକ ଶ୍ରୀ ପଣ୍ଡା କର୍ତ୍ତା ଦାୟିତ୍ୱ ତୁଳାଇ ଥିବା ବେଳେ ମାନସ ପାଣି ପୂଜକ, କାହ୍ନୁ ଚରଣ ମିଶ୍ର ଓ ଡୋଳାମଣି ମିଶ୍ର ସୋମୀଧୋତୃ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ । ଶେଷରେ ଓଡିଶା ସରକାରଙ୍କ ବାଣିଜ୍ୟ ପରିବହନ ଓ ଜଳସମ୍ପଦ ମନ୍ତ୍ରୀ ଟୁକୁନୀ ସାହୁ ପୂର୍ଣ୍ଣାହୁତି ପ୍ରଦାନ କରି ଟିଟିଲାଗଡ଼ ବାସୀଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ରାହ୍ମଣ ସମାଜର ବିଶ୍ୱରାମ ଠାକୁର, ରାଜୀବ ଲୋଚନ ପାଢ଼ୀ, ଜଗନ୍ନାଥ ପଣ୍ଡା, ସେବକ ଚରଣ ଦାଶ, ବୀରେନ୍ଦ୍ର ପ୍ରସାଦ ଗୁରୁ, ବୃନ୍ଦାବନ ପଣ୍ଡା, ଭକ୍ତ ପ୍ରସାଦ ପାଢ଼ୀ, ଗୋପାଳ ପଣ୍ଡା, ମନ୍ଦର ଧର ପଣ୍ଡା, ପ୍ରହଲ୍ଲାଦ ଷଡ଼ଙ୍ଗୀ, ବୀରେନ୍ଦ୍ର ଆଚାର୍ଯ୍ୟ, ରାମନାରାୟଣ ମିଶ୍ର, ଚିନ୍ତାମଣି ମହାପାତ୍ର, ଶୁକଦେବ ଯୋଶୀ, ବନମାଳୀ ଦାଶ, ରାଜେନ୍ଦ୍ର ନାରାୟଣ ମିଶ୍ର, ମୀନକେତନ ମିଶ୍ର, ଧୋବେଇ ଚରଣ ପାଢ଼ୀ, ପର୍ଶୁରାମ ପାଣିଗ୍ରାହୀ, ଭକ୍ତ ପ୍ରସାଦ ପୁରୋହିତ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.