ସୁବର୍ଣ୍ଣରେଖାର ମକର ଓ ୨୬ତମ ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାମାଜିକ ଓ ସାହିତ୍ୟିକ ଅନୁଷ୍ଠାନ ସୁବର୍ଣ୍ଣରେଖା ପକ୍ଷରୁ ମକର ସଂକ୍ରାନ୍ତି ଓ ଅନୁଷ୍ଠାନର ୨୬ତମ ବାର୍ଷିକୋତ୍ସବ ବାସନ୍ତୀ କଲୋନୀ ସ୍ଥିତ ଅନୁଷ୍ଠାନର କାର୍ଯ୍ୟାଳୟ ବ୍ୟାସସଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ମନୋରଂଜନ ଦାସଙ୍କ ଅଧ୍ୟକ୍ଷତା ଓ ସାଧାରଣ ସମ୍ପାଦକ ନିତ୍ୟାନନ୍ଦ ବେହେରାଙ୍କ ଆବାହକତ୍ଵ ଓ ସୁବ୍ରତ କୁମାର ଜେନାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦ୍‌ଘାଟିକା ଭାବେ ରଇମସ୍‌ର ଅଧ୍ୟକ୍ଷା ନଳିନୀପ୍ରଭା ପଟ୍ଟନାୟକ, ମୁଖ୍ୟ ଅତିଥି ଭାବେ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ, ମୁଖ୍ୟବକ୍ତା ଭାବେ ବୀରମିତ୍ରପୁର ସ୍ଥିତ ଶ୍ରମଶକ୍ତି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ମୁନୀନ୍ଦ୍ର ମହାଳିକ ଓ ସମ୍ମାନିତ ବକ୍ତା ଭାବେ ବହିଘର ପ୍ରକାଶକ ଇଂ ଅଭୟ ଦାସ ପ୍ରମୁଖ ଯୋଗଦେଇ ଥିଲେ । ଉଦ୍‌ଘାଟିକା ଶ୍ରୀମତୀ ପଟ୍ଟନାୟକ ଫକୀର ମୋହନଙ୍କ ଦ୍ୱାରା ଭାଷା ଆନ୍ଦୋଳନ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ଓ ଅନୁଷ୍ଠାନର କାର୍ଯ୍ୟକଳାପ କିପରି ପ୍ରେରଣାଦାୟୀ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଅଧ୍ୟକ୍ଷତା କରୁଥିବା ସଭାପତି ଶ୍ରୀ ଦାସ ସ୍ୱାଗତ ଭାଷଣ ସହ ଯୁବପିଢିଙ୍କୁ ଅଧିକ ସଂଖ୍ୟାରେ ସାମିଲ କରିବାକୁ ଆହ୍ୱାନ ଦେଇଥିଲେ । ସାଧାରଣ ସମ୍ପାଦକ ଶ୍ରୀ ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ । ଅଦିତି ମହାପାତ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ପତ୍ରକାର ମୁଖ୍ୟ ସମ୍ପାଦକ ପ୍ରଦୀପ କୁମାର ନାୟକଙ୍କ ସହଯୋଗରେ ମୁଖ୍ୟ ଅତିଥିଙ୍କ ସହ ଅନ୍ୟ ଅତିଥିମାନେ ସ୍ମରଣିକାକୁ ଉନ୍ମୋଚନ କରିଥିଲେ । ଗୀତାଞ୍ଜଳି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଶିକ୍ଷାବିତ୍‌ ପ୍ରଫେସର ବିନୋଦ କୁମାର ସାହୁ, ଶିଳ୍ପପତି ତଥା ବିଶିଷ୍ଟ ଶିଳ୍ପୀ ଇଂ ବୁଦ୍ଧଦେବ ବାସୁ ଓ ବିଶିଷ୍ଟ ଚିକିତ୍ସକ ଡାକ୍ତର ସମୀର କୁମାର ପାତ୍ରଙ୍କୁ ସୁବର୍ଣ୍ଣରେଖା ସମ୍ମାନ ତଥା ସମାଜସେବୀ ରାଜେନ୍ଦ୍ର କୁମାର ବାରିକ ଓ ବିଶିଷ୍ଟ ସଂଗୀତ ଶିଳ୍ପୀ ଗୁରୁ ଗୌରାଙ୍ଗ ମଲ୍ଲିକଙ୍କୁ ସୁବର୍ଣ୍ଣରେଖା ସହଯୋଗୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ପ୍ରାରମ୍ଭରେ ଅନୁଷ୍ଠାନର ଦିବଙ୍ଗତ ସଦସ୍ୟ ଅଜୟ କୁମାର ସିଂ, ରାଜକିଶୋର କାନୁନଗୋ, ରାଧେଶ୍ୟାମ ପଟ୍ଟନାୟକ, ଉତ୍ତମ କୁମାର ମହାନ୍ତି ଓ ବସନ୍ତ ପାତ୍ରଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ମହେନ୍ଦ୍ର ମହାଳିକଙ୍କ ରଚିତ ଓ ନିର୍ଦ୍ଦେଶିତ ସୁବର୍ଣ୍ଣରେଖା କଳାକାରଙ୍କ ଦ୍ଵାରା ‘ଶେଷ ଠିକଣା’ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଡ. ସୁମନ ଦତ୍ତ, କମଳଲୋଚନ ଗାଁରୁ, ବିଜୟ ପ୍ରଧାନ, କମଳାକାନ୍ତ ପ୍ରଧାନ, ଛବିରାଣୀ ପ୍ରଧାନ, ଦମୟନ୍ତୀ ବେହେରା, କନକଲତା ଜେନା, ରବିନ୍ଦ୍ର ଜେନା, କରୁଣାକର ବାରିକ, ଶ୍ରୀକାନ୍ତ ଜେନା, ଦେବଜାନୀ ଘୋଷ, ତଅପୋଇ ମାଝୀ, ଶେଫାଳୀ ପାତ୍ର, ରାଜୀବ ପାତ୍ର, ବାଲୁକିଶୋର ପାତ୍ର, ମଧୁସୂଦନ ବେଜ, କଲ୍ୟାଣୀ ପଣ୍ଡା, ସୁଷମା ସାହୁ, ସୁସ୍ମିତା ମଣ୍ଡଳ, ଗଗନ ପ୍ରଧାନ, ପରମେଶ୍ୱର ମହାରଣାଙ୍କ ସମେତ ବହୁ ସଭ୍ୟସଭ୍ୟା ସହଯୋଗ କରିଥିଲେ ।

Leave A Reply

Your email address will not be published.