csstore

ଆମ ପୁଲିସର ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ଥାନା ପରିସରରେ ଆମ ପୁଲିସର ବୈଠକ ଅନୁଷ୍ଠିତ ହୋଇଯାଇଛି । ଆମ ପୁଲିସର ମୁଖ୍ୟ ଥାନା ପ୍ରଭାରୀ ସାଇପ୍ରଭା ରାଉତଙ୍କ ଅଧ୍ୟକ୍ଷତା ଓ ସଭ୍ୟ କବି କୁଞ୍ଜବିହାରୀ ରାଉତଙ୍କ ଆବାହକତ୍ଵ ତଥା ସଂଯୋଜନାରେ ଆୟୋଜିତ ଏହି ବୈଠକରେ ଆମ ପୁଲିସର କର୍ମକର୍ତ୍ତାଗଣ ଯୋଗଦେଇ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଆଲୋଚନା ମଧ୍ୟରେ ମୁଖ୍ୟତଃ ଅଧିକ ପେଟ୍ରୋଲିଂଙ୍ଗ କରିବା, ସେକ୍ଟର ୨୦ ମାର୍କେଟରେ ଅଯଥା ଗହଳି, ଦୃତଗତି ଓ ବେପାରୁଆ ଗାଡି ଚାଳନାରେ ରୋକ, ଫିଟ୍‌ନେସ୍‌ ପାଥ୍‌ରେ ଅସାମାଜିକ ତତ୍ୱ, ଗଜପତି ମାର୍କେଟରେ ଆଲୋକୀକରଣ, ଯେଉଁଠି ବାହାଦୂର ବ୍ୟବସ୍ଥା ନାହିଁ ସେଠାରେ ନିଜସ୍ଵ ଉଦ୍ୟମରେ ସିସିଟିଭି କ୍ୟାମେରା ଲଗାଇବା, ଇସ୍ପାତ ମାର୍କେଟ ପାଖରେ ଥିବା ଶୌଚାଳୟ ନିକଟରେ ଅବାଧ ମଦ ବିକ୍ରି, ସେକ୍ଟର ୨୦କ୍ଲଷ୍ଟର ପଡିଆକୁ ତାରବାଡ ଘେରାଇ ଅସାମାଜିକ ତତ୍ୱକୁ ରୋକ ଲଗାଇବା, ରାତି ସାଢେ ୧୦ଟା ସୁଦ୍ଧା ଦୋକାନ ବଜାର ବନ୍ଦ କରିବା, ଆଗକୁ ନିର୍ବାଚନ ଆସୁଥିବାରୁ ପ୍ରାର୍ଥୀ ଓ ଅନ୍ୟମାନଙ୍କ ସମ୍ପର୍କରେ ସୂଚନା, ଆଇ କାର୍ଡ ସମ୍ପର୍କରେ ଓ ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ସ୍ଥିତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ତେବେ ପୂର୍ବାପେକ୍ଷା ଆଇନ ଶୃଙ୍ଖଳା ସ୍ଥିତିରେ ସୁଧାର ଆସିଥିବାରୁ ସଦସ୍ୟମାନେ ସନ୍ତୋଷ ପ୍ରକାଶ କରିଥିଲେ । ଆଗାମୀ ଦିନରେ ବିଭିନ୍ନ ସମସ୍ୟାକୁ ମିଳିତ ଭାବେ ତଥା ବିଭିନ୍ନ ଅଞ୍ଚଳରୁ ମହିଳା ଓ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଆମ ପୁଲିସରେ ସାମିଲ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ଶେଷରେ ଆବାହକ ଶ୍ରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗଣେଶ ଜୟସିଂହ, ସନ୍ତୋଷ ସ୍ୱାଇଁ, ସୁବାସ କୁମାର ଗୁପ୍ତା, କୃଷ୍ଣଚନ୍ଦ୍ର ମିଶ୍ର, ଚିତ୍ତରଞ୍ଜନ ରାଉତ, ସଞ୍ଜୀବ ନାୟକ, ପାଇଲଟ୍, ସୁଶାନ୍ତ ସ୍ୱାଇଁ, ନାରାୟଣ ସିଂ,ସନ୍ତୋଷ ରାଉତ, ଶ୍ୟାମଲାଲ ବଡାଇକ, ସୁନିଲ କୁମାର ଜେନା, ରାଜୁ ଚୌଧୁରୀ ଓ ଥାନା ପକ୍ଷରୁ ଆଇଆଇସି ସାଇପ୍ରଭା ରାଉତ, ଏଏସ୍‌ଆଇ ବରୁଣ କୁମାର ନାୟକ ଓ ସୁଷମା ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.