csstore

ସଇଁତଲା ବିଡିଓଙ୍କ ବଦଳି ଦାବୀ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକରେ ନୂତନ ଭାବେ ଯୋଗଦାନ କରିଥିବା ବିଡ଼ିଓ ବିନୟ କୁମାର ଭୋଇ ସାମ୍ବାଦିକମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ ହେଉଛି । ବ୍ଲକରେ ଚାଲିଥିବା ବିଭିନ୍ନ ସରକାରୀ ପୋଗ୍ରାମଗୁଡ଼ିକ ବିଷୟରେ ବିଡ଼ିଓ ଜଣକ ସମସ୍ତ ସାମ୍ବାଦିକମାନଙ୍କୁ ସୂଚନା ଦେଉନାହାନ୍ତି ବୋଲି ସାମ୍ବାଦିକମାନେ ଅଭିଯୋଗ କରିବା ସହ ଜନଶୁଣାଣି ଶିବିରରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ସଇଁତଲା ବିଡ଼ିଓଙ୍କ ବଦଳି ଦାବୀ ପାଇଁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଅଭିଯୋଗ ଅନୁସାରେ ଏହି ବ୍ଲକ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସାଙ୍ଗକୁ ପୋଗ୍ରାମଗୁଡିକ ଚାଲିଥିବା ବେଳେ ସଇଁତଲା ବିଡ଼ିଓ ସାମ୍ବାଦିକମାନଙ୍କୁ କୌଣସି ସୂଚନା ଦେଉନାହାନ୍ତି । ଏପରିକି ମନମୁଖୀ କାର୍ଯ୍ୟ କରୁଥିବା ବେଳେ ସାମ୍ବାଦିକମାନଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଉଛି । ଏହି ବ୍ଲକକୁ ଗତ ୧୧ ତାରିଖ ଦିନ ନୂଆ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ସଇଁତଲା ଗସ୍ତରେ ଆସିଥିବା ବେଳେ ସାମ୍ବାଦିକମାନଙ୍କୁ କୌଣସି ସୂଚନା ଦିଆଯାଇ ନାହିଁ । ଏହା ସହିତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣି ଓ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ରଥ ଗୁଡ଼ିକୁ ନେି ବ୍ଲକ ପ୍ରଶାସନ କୌଣସି ଖବର କିମ୍ବା ସୂଚନା ଦେଉନାହିଁ । ଯାହା ଫଳରେ ଏହାର ସୁଯୋଗ ନେଇ ବିଭିନ୍ନ ପଞ୍ଚାୟତରୁ ଆରମ୍ଭ କରି ବ୍ଲକଗୁଡିକରେ ଦୁର୍ନୀତି ବୃଦ୍ଧି ପାଉଛି । ଏହାର ପ୍ରତିବାଦରେ ଜନଶୁଣାଣି କାର୍ଯ୍ୟକ୍ରମକୁ ସାମ୍ବାଦିକମାନେ ବର୍ଜନ କରି ସଇଁତଲା ବିଡ଼ିଓଙ୍କ ବଦଳି ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଏହି ସମୟରେ ସାମ୍ବାଦିକ ପ୍ରମୋଦ କୁମାର ସେଲମା, ନାରାୟଣ ସାହୁ, ବିଶାଳ ଅଗ୍ରୱାଲ, ଅଜିତ ସାହୁ, ପ୍ରଦୀପ ବାଗ, ତରୁଣ ବେହେରା, ଅବିନାଶ ନନ୍ଦ, ସୁଶାନ୍ତ ମେହେର, ରଞ୍ଜନ ବାଗଙ୍କ ସମେତ ସଇଁତଲା ବ୍ଲକ ସାମ୍ବାଦିକ ସଂଘର ସମସ୍ତ ସଦସ୍ୟମାନେ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.