csstore

ହରିଶଙ୍କରରେ ବନ ବିଭାଗର ଅଭିନବ ପ୍ରୟାସ : ଖୋଲିଲେ ଜଙ୍ଗଲ ଜାତ ପତ୍ର ନିର୍ମିତ ଖଲି ଦୋକାନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ପ୍ଲାଷ୍ଟିକ ବର୍ଜନ ପାଇଁ ବନ ବିଭାଗର ଅଭିନବ ପ୍ରୟାସ । ପ୍ଲାଷ୍ଟିକ, ଫମ୍ ଖଲି, ଚଉକୁନି ବ୍ୟବହାର ବନ୍ଦ କରିବାକୁ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କରଠାରେ ଆରମ୍ଭ କରିଛନ୍ତି ଜଙ୍ଗଲ ଜାତ ପତ୍ର ନିର୍ମିତ ଖଲି, ପତ୍ର, ଚଉକୁଣି ବିକ୍ରୟ ଅସ୍ଥାୟୀ ଦୋକାନ । ଉଦ୍‌ଘାଟନୀ ଅବସରରେ ହରିଶଙ୍କର ବନାଞ୍ଚଳ ଅଧିକାରୀ ଅରବିନ୍ଦ ନାଏକ, ସମ୍ମାନିତ ଅତିଥି ରୂପେ ଉପ ବାନାଞ୍ଚଳ ଅଧିକାରୀ ସୁନିଲ କୁମାର ମିଶ୍ର ଯୋଗଦେଇ ଫିତା କାଟି ଉଦ୍‌ଘାଟନ କରିଥିଲେ । ଗନ୍ଧମାର୍ଦ୍ଦନ ପାହାଡ଼ ତଳି ଗାଁର ବନ ସୁରକ୍ଷା ସମିତିମାନଙ୍କ ଦ୍ଵାରା ପତ୍ର ସଂଗ୍ରହ କରି ମେସିନ ମାଧ୍ୟମରେ ଶିଆଳ, ଶାଳ ପତ୍ରରେ ଖଲି, ଚଉକୁଣୀ ଆଦି ପ୍ରସ୍ତୁତ କରି ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ଦ୍ଵାରା ବିକ୍ରି କରିବା ସହ ପ୍ଲାଷ୍ଟିକ ମୁକ୍ତ ହରିଶଙ୍କର କରିବାକୁ ପ୍ରୟାସ କରିଥିବା ଅତିଥିମାନେ ପ୍ରକାଶ କରିଥିଲେ । ପ୍ରଥମ ଅସ୍ଥାୟୀ ଦୋକାନଟି ଚେକ୍ ଗେଟ ନିକଟରେ କୁଠୁର୍ଲା ଗାଁର ମା’ ମଙ୍ଗଳା ସ୍ଵୟଂ ସହାୟକ ଗୋଷ୍ଠୀ ବିକ୍ରୟ ଦାୟିତ୍ଵ ନେଇଥିବା ଜଣାଯାଇଛି । ସୂଚନା ଯୋଗ୍ୟ ପୂର୍ବରୁ ପ୍ରଶାସନ ଦ୍ଵାରା ହରିଶଙ୍କରରେ ପାଉଚ ପାଣି ବିକ୍ରୟକୁ ନିଷିଦ୍ଧ କରାଯାଇଛି । ଏବେ ପ୍ଲାଷ୍ଟିକ ଖଲି ବଦଳରେ ପତ୍ର ଖଲି ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ଆଉପାଦେ ଆଗକୁ ବଢିଛି । ଏହି ଅବସରରେ ହରିଶଙ୍କର ବନପାଳ ରଞ୍ଜିତ କୁମ୍ଭାର, ବନରକ୍ଷୀ ମହେନ୍ଦ୍ର କଳସାଏ, ଦିପା ସାହୁ, ଆମ ଜଙ୍ଗଲ ଯୋଜନା ଡିଓ ତହସିଲ ବାଗ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.