oom

କୁମୁରିଆ ସାନ ଶୁଲିଆ ପୀଠର ମଣ୍ଡପ ଉଦ୍‌ଘାଟନ କଲେ ନରସିଂହ

jsmm
  • ଆଦିବାସୀଙ୍କ ପରଂପରାକୁ ଅଗ୍ରାଧିକାର ଦିଆଯିବା ଦରକାର – ନରସିଂହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ ଅନ୍ତର୍ଗତ କୁଲୁତାପଡା ପଂଚାୟତର କୁମୁରିଆ ସ୍ଥିତ ସାନ ଶୁଲିଆ ପୀଠର ଶୁଲିଆବାବାଙ୍କ ଏକ ପୂଜାମଣ୍ଡପ ଉଦ୍‌ଘାଟିତ ହୋଇଯାଇଛି । ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ କରକମଳରେ ଏହି ପୂଜା ମଣ୍ଡପ ଉଦ୍‌ଘାଟନ ସମୟରେ ଶୁଲିଆ ବାବାଙ୍କ ପରଂପରାଗତ ଭାବେ ପୂଜା କରୁଥିବା ସମସ୍ତ ପୂଜକ ଓ ଶୁଭେଚ୍ଛୁ ଉପସ୍ଥିତ ଥିଲେ । ପ୍ରତ୍ୟେକ ବର୍ଷ ଶୁଲିଆ ବାବାଙ୍କ ପୂଜା ସମୟରେ ବିଧାୟକ ଶ୍ରୀ ମିଶ୍ର ଶୁଲିଆ ବାବାଙ୍କ ଦର୍ଶନ ବେଳେ ପୂଜକମାନଙ୍କ ଅନୁରୋଧ କ୍ରମେ ଶ୍ରୀ ମିଶ୍ର ନିଜ ବିଧାୟକ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁଦାନ ରାଶିରେ ଏହି ମଣ୍ଡପ ନିର୍ମାଣ କରାଯାଇଛନ୍ତି । ଏ ଅବସରରେ ଉପସ୍ଥିତ ଆଦିବାସୀ, ପୂଜକ ସମାଜ ଓ ସ୍ଥାନୀୟ ଲୋକଙ୍କ ଉଦ୍ଦେଶ୍ୟରେ କହିଥିଲେ ସବୁବେଳେ ଆମେ ଆଦିବାସୀଙ୍କ ପୂଜା ପଦ୍ଧତି, ପରଂପରା ଏ ସବୁକୁ ସମ୍ମାନ ଜଣାଇବା ଦରକାର ଏବଂ ଅଗ୍ରାଧିକାର ଭିତ୍ତିରେ ତାଙ୍କର ଏହି ପରଂପରାଗତ ପୂଜା ପଦ୍ଧତି କିପରି ଠିକ୍ ଭାବରେ ଶାନ୍ତି ଶୃଙ୍ଖଳା ସହିତ ସମାପନ ହେବ ସେ ଦିଗରେ ସ୍ଥାନୀୟ ଜନତା, ଆଦିବାସୀ ଭାଇ ଭଉଣୀ ଓ ଜିଲ୍ଲା ପ୍ରଶାସନ ଯତ୍ନବାନ ହେବା ଦରକାର ବୋଲି କହିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ପ୍ରସିଦ୍ଧ ଶୁଲିଆ ପୀଠରେ ଶୁଲିଆ ବାବାଙ୍କ ପୂଜା ଯାହାକୁ ଏ ଅଂଚଳରେ ସମସ୍ତେ ଶୁଲିଆ ଯାତ୍ରା ଭାବେ ଜାଣନ୍ତି ତାହା ଆଗାମୀ ୧୬ ତାରିଖ ଦିନ ଅନୁଷ୍ଠିତ ହେବ । ଏ ଅବସରରେ ଅଂଚଳବାସୀ ଯେପରି ଶାନ୍ତି ଶୃଙ୍ଖଳା ସହିତ ଏହି ଶୁଲିଆ ଯାତ୍ରା ପାଳନ କରିବେ ସେ ଉପରେ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଉଦ୍‌ଘାଟନ ସମାରୋହରେ ବିଧାୟକ ଶ୍ରୀ ମିଶ୍ରଙ୍କ ବ୍ୟତୀତ ଦେଓଗାଁ ବ୍ଲକ ଉପାଧ୍ୟକ୍ଷା ସୂର୍ଯ୍ୟକାନ୍ତି ଛତ୍ରିଆ, ଅନନ୍ତ ଚୌହାନ, ପ୍ରଫୁଲ୍ଲ ଦାଶ, ମୟ ପ୍ରଧାନୀ, ରାଜେନ୍ଦ୍ର ପାଣି, ପୂର୍ବତନ ବ୍ଲକ ଅଧ୍ୟକ୍ଷ କୈଳାସ ତାଣ୍ଡି, ସେବାଦଳ ମୁଖ୍ୟ ଅସୀତ ମିଶ୍ର, ପୂଜକ ସୋମନାଥ ଦେହେରି, ହାଡୁ ଦେହେରି, ମାନ୍ଧାତା ଝାଙ୍କର, ଲଳିତ ଝାଙ୍କର, ତପନ କୁଅଁର, ନିରଞ୍ଜନ କୁଅଁର, ହରିହର ଝାଙ୍କର, ହେମନ୍ତ କୁଅଁର, କମ୍ପ ସୁନା, ଶଶିଭୂଷଣ ଗଡତ୍ୟା, ବଳରାମ କୁଅଁର, ଶ୍ରୀପତି ପ୍ରଧାନ, କସବୁ ସୁନା ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.