ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ବଲାଙ୍ଗିର ରେଲୱେ ଷ୍ଟେସନ ସ୍ଥିତ ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ ୟୁନିୟନ କାର୍ଯ୍ୟାଳୟ ପରିସରରେ ସନ୍ଧ୍ୟା ୭ଟା ସମୟରେ ୟୁନିୟନ ସଭାପତି କମ୍ରେଡ ମଧୁ ସାହୁଙ୍କ ସଭାପତିତ୍ୱରେ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଓ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ ହୋଇଯାଇଛି । ସଭା ଆରମ୍ଭରେ ସ୍ୱାମୀ ବିବେକାନନ୍ଦଙ୍କ ଫଟୋକୃତିରେ ମାଲ୍ୟାର୍ପଣ ଓ ଧୂପ ଦୀପ ପ୍ରଜ୍ଜଳନ ପରେ ସମ୍ପାଦକ ମହେଶ୍ୱର ନାଏକ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ସଭାରେ ଯୁବ ବନ୍ଧୁ ଉତ୍କଳ ସାହୁ, ମନ୍ତୋଷ ଭଟ୍ଟ, ବିଜୟ କୁମାର ମାଝି, ଉଜ୍ଜଳ ସାହୁ, ମିନାକ୍ଷୀ ସାଗର, କପିଲ ବିଶ୍ୱାସ ଓ ଯୁବ ସଂଯୋଜକ ଚୈତନ୍ୟ କୁମାର ସା ସ୍ୱାମୀଜୀଙ୍କ ଉପରେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ । ମଂଚାସୀନ ସ୍ୱତନ୍ତ୍ର ଅତିଥି ସନ୍ତୋଷ କୁମାର ମିଶ୍ର ବିବେକାନନ୍ଦଙ୍କ ଜୀବନ ଦର୍ଶନ ଉପରେ ବକ୍ତବ୍ୟ ରଖିଥିଲେ । ସଭାପତି ମଧୁ ସାହୁ ସ୍ୱାମୀ ବିବେକାନନ୍ଦଙ୍କର ଜୀବନ ଦର୍ଶନ ଓ ହିନ୍ଦୁ ଧର୍ମ ସହ ବେଦାନ୍ତର ଘନିଷ୍ଠତା ସମ୍ପର୍କରେ ବର୍ତ୍ତମାନ ଏକ ସଶକ୍ତ ରାଷ୍ଟ୍ର ଗଠନରେ ଯୁବ ସମାଜର ଦାୟିତ୍ୱ କର୍ତ୍ତବ୍ୟ ସମ୍ପର୍କରେ ଅତି ନିଖୁଣ ଭାବରେ ବକ୍ତବ୍ୟ ରଖି ଯୁବ ସମାଜକୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ହରିବନ୍ଧୁ ହାତି, ରାଜେନ୍ଦ୍ର ମହାନନ୍ଦ, ସରୋଜ କୁମାର ରଣା, ପ୍ରକାଶ ରାଓ, ଲିଳାମୟ ସାହୁ, ହୁତାସନ ନାଗ, ମିତା ପ୍ରଧାନ ଆଦି ସହଯୋଗ କରିବା ସହ ବହୁ ରେଳ କର୍ମଚାରୀ ଯୋଗ ଦେଇଥିଲେ ।