ମା’ ବସ୍ତ୍ରାଣୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଜରାସିଂହା ଦଳକୁ ପରାସ୍ତ କରି ଜାମଖୁଣ୍ଟା ଦଳ ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବଳଧା ପଞ୍ଚାୟତ ସିନ୍ଧିଭାଡ଼ି ଗାଁର ପଟୁଆ ଡୁଙ୍ଗରି ଖେଳପଡିଆରେ ଚାଲିଥିବା ମା’ ବସ୍ତ୍ରାଣୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଚତୁର୍ଥ ଦିବସରେ ପହଞ୍ଚିଛି । ଚତୁର୍ଥ ଦିବସରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ଥାନାର ଆଇଆଇସି ହରିବନ୍ଧୁ ଗଡ଼ତିଆ, ସମ୍ମାନିତ ଅତିଥି ଭାବେ ଝରିଆଲ ସରପଞ୍ଚ ଭରଦ୍ୱାଜ ଗହୀର, ଅଲଣ୍ଡା ସରପଞ୍ଚଙ୍କ ପ୍ରତିନିଧି ଯୁବରାଜ ବାଗ, ଠେମରା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ନିତ୍ୟାନନ୍ଦ ପୃଷେଠ, ବରିଷ୍ଠ ଶିକ୍ଷକ ଉମାଶଙ୍କର ପୁଞ୍ଜି, ଦିଜଲେଶ୍ୱର ବାରିକ, କୃପା ରଣା, ରାଜୀବ ପୋଡ଼, ଘନ ବେହେରା, ଲାଲୁ ବେହେରା, ଖଗେଶ୍ୱର ଛୁରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ଏହି ଚତୁର୍ଥ ମ୍ୟାଚରେ ଜାମଖୁଣ୍ଟା ଓ ଜରାସିଂହା ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଜରାସିଂହା ଦଳକୁ ୧-୦ ଗୋଲରେ ପରାସ୍ତ କରି ଜାମଖୁଣ୍ଟା ଦଳ ବିଜୟୀ ହୋଇଥିଲା । ରେଫରୀ ଦୁଷ୍ମନ୍ତ ସାହୁ ଖେଳ ପରିଚାଳନା କରିଥିବା ବେଳେ ଲାଇନରେ ଦୁଷ୍ମନ୍ତ ବେହେରା, ବୁଲୁ ମାଝୀ, ଡିସେମ୍ବର ଭୋଇ ସହଯୋଗ କରିଥିଲେ । ସୁଶୀଲ କୁମାର ଓ ହୁଲେଶ୍ୱର ହଂସ ଧାରା ବିବରଣୀ ପ୍ରଦାନ କରିଥିଲେ । ଆୟୋଜକ କମିଟିର ସଭାପତି ସଦାନନ୍ଦ ତାଣ୍ଡି, ସମ୍ପାଦକ ଲମ୍ବୋଦର ବେହେରା, କୋଷାଧ୍ୟକ୍ଷ ଚକ୍ରଧର ପୁଞ୍ଜି, ସଦସ୍ୟ କେଶବ ଚନ୍ଦ୍ର ପୁଞ୍ଜି, ଚୁଡାମଣି ପୁଞ୍ଜି, ଚିନ୍ତାମଣି ବେହେରା, ସୁଧୀର କୁମାର ପୁଞ୍ଜି, କିଶୋର ବେହେରା, ଗୋପାଳ ବେହେରା, ପପୁ ବେହେରା, ଖୁସିରାମ ବେହେରା ପ୍ରମୁଖଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.