ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ “ବିଶ୍ୱ ଓଡିଆ ଭାଷା ସମ୍ମିଳନୀ” ଓ “ନୂଆ-ଓ” ଓଡିଆ ସାହିତ୍ୟ ପ୍ରତିଯୋଗୀତାର ପ୍ରସ୍ତୁତି ବୈଠକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଓଡିଶା ସରକାରଙ୍କର କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ “ବିଶ୍ୱ ଓଡିଆ ଭାଷା ସମ୍ମିଳନୀ” ଓ “ନୁଆ-ଓ” ଓଡିଆ ସାହିତ୍ୟ ପ୍ରତିଯୋଗିତାର ପ୍ରସ୍ତୁତି ବୈଠକ ଅଧ୍ୟକ୍ଷ ଡ. ଶୋଭେନ୍ଦ୍ର କୁମାର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ନିମ୍ନଲିଖିତ ପ୍ରତିଯୋଗିତା ଗୁଡିକ ଅନୁଷ୍ଠିତ କରିବା ପାଇଁ ସର୍ବସମ୍ମତି କ୍ରମେ ସ୍ଥିର କରାଯାଇଥିଲା । ଯଥା- ବକୃତା ପ୍ରତିଯୋଗିତା, ଓଡିଆ ଗୀତ ପ୍ରତିଯୋଗିତା, ଓଡିଆ କବିତା ପାଠ, ଓଡିଆ କୁଇଜ୍ ପ୍ରତିଯୋଗିତା, ଓଡିଆ ଚଳଚିତ୍ର ପ୍ରଦର୍ଶନ, ଜଗନ୍ନାଥ ସଂସ୍କୃତି ସମ୍ବନ୍ଧିତ ଆଲୋଚନା ଚକ୍ର, ଓଡିଆ ଭଜନ ପ୍ରତିଯୋଗିତା, ଓଡିଆ ବ୍ୟାକରଣ ଦକ୍ଷତା ପ୍ରତିଯୋଗିତା, ଓଡିଆ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଇତ୍ୟାଦି । ଏହି ଅବସରରେ ଅଧ୍ୟାପକ ଆଲୋକ କୁମାର ରଥ, ନଟବର ବେହେରା, ଭାସ୍କର ମେହେର, ଡିଲେଶ୍ୱର ନିଆଲ, ଲୋକନାଥ ମେହେର, ସୀତାରାମ ପାଣିଗ୍ରାହୀ, ରାମକୃଷ୍ଣ ବାଗ, ଆଲୋକ ମୁଣ୍ଡ, ରଞ୍ଜିତ କୁମାର ସଗରିଆ, ଗିରିଶ ଚନ୍ଦ୍ର ଧୁବଲ, ଦମୟନ୍ତୀ ମେହେର, ଜୟନ୍ତୀ ଖୁଣ୍ଟିଆ, ଖେଳ ଶିକ୍ଷକ ଜୟପ୍ରକାଶ ସାହୁ, କ୍ଷୀରସିନ୍ଧୁ ରଣା, ଭୂଷଣ ଚନ୍ଦ୍ର ମେହେର, ଜୟ ପ୍ରକାଶ ମେହେର, ତେଜେଶ୍ୱର ପ୍ରଧାନ, ବନିତା ସାହୁ, ଦେବରାଜ ମେହେର, ରୋହିଣୀ ପ୍ରଧାନୀ, ସୁବର୍ଣ୍ଣ ସେନ୍ଦ୍ରିଆ, ତୁଳସୀ ବାଗ, ସୁନିଲ କୁମାର ହାତୀ ତଥା ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.