ଚନ୍ଦନଭାଟି ଶିଶୁ ମନ୍ଦିରରେ ବିବେକାନନ୍ଦ ଜୟନ୍ତୀ ପାଳିତ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟୀ ସରସ୍ୱତୀ ଶିଶୁ ମନ୍ଦିରଠାରେ ବିଶ୍ୱ ବିଜୟୀ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଧାନାଚାର୍ଯ୍ୟ ପ୍ରଭୁଦତ୍ତ ବିଶିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟ ପରିଚାଳନା ସମିତିର ଯୁଗ୍ମ ସମ୍ପାଦକ ତେଜରାଜ ଧରୁଆ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଶିଶୁ ଭାଇଭଉଣୀଙ୍କୁ ବିବେକାନନ୍ଦଙ୍କ ପରି ନିର୍ଭିକ ଓ ଆତ୍ମବିଶ୍ୱାସୀ ହୋଇ ନିଜ କାର୍ଯ୍ୟ କରିବା ପାଇଁ ନିଜ ବକ୍ତବ୍ୟରେ ମାର୍ଗଦର୍ଶନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ପ୍ରଭୁଦତ୍ତ ବିଶି ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ତଥା ଅତିଥି ପରିଚୟ ଓ ଉଦ୍ଦେଶ୍ୟ କଥନ କରିଥିଲେ । ଆଚାର୍ଯ୍ୟ, ଆଚାର୍ଯ୍ୟା ଶତୃଘ୍ନ ସିଂହ, ତୁଳସୀ ବଢେଇ ଓ ସରିତା ପାଣିଗ୍ରାହୀ ସ୍ୱାମୀ ବିବେକାନନ୍ଦଙ୍କ ବିଷୟରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଶିଶୁ ଭାଇ ଭଉଣୀ ଶ୍ରୁତି ମେହେର, ସୁମେଶ ମେହେର, ସିଦ୍ଧି ଥନାପତି, ଶୁଭମ ସାହୁ, ଅଞ୍ଜଳି ପଟେଲ, କଳ୍ପିତା ସାହୁ, ଆୟାନ ସମ୍ରାଟ ଡାଙ୍ଗ ଆଦି ଜାତୀୟ ଯୁବ ଦିବସ ବିଷୟରେ ନିଜ ନିଜର ବକ୍ତୃତା ପ୍ରଦାନ କରିଥିଲେ । ଆଚାର୍ଯ୍ୟ ଦିଲ୍ଲୀପ ଥନାପତି ସଭା ସଂଯୋଜନା କରିଥିବା ବେଳେ ଆଚାର୍ଯ୍ୟ ଟିକେଶ୍ୱର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା ତଥା ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମାପିତ ହୋଇଥିଲା ।

Leave A Reply

Your email address will not be published.