lika

ମହାନ ଦାତା ମଧୁସୂଦନ ଦେ’ଙ୍କୁ ଶ୍ରଦ୍ଧାଞ୍ଜଳି

gbag

ଭୋଗରାଇ, ( ଶିବନାରାୟଣ ପାତ୍ର ) : ମୃତ୍ୟୁ ପରେ ସମସ୍ତଙ୍କ ହୃଦୟରେ ବଞ୍ଚି ରହିବାକୁ ଅସଲ ବଞ୍ଚିବା କୁହାଯାଏ, ଯାହାର ପ୍ରତୀକ ହେଉଛନ୍ତି ଦିବଂଗତ ମଧୁସୂଦନ ଦେ’ ବୋଲି ଆଜି ଆରୁହାବୃତି-୧ ପଞ୍ଚାୟତ ଅନ୍ତର୍ଗତ ବାରବାଟିଆ ଗ୍ରାମସ୍ଥ ଜନାର୍ଦ୍ଦନ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତା , ଦାତା ଦିବଂଗତ ମଧୁସୂଦନ ଦେ’ଙ୍କୁ ଶ୍ରଦ୍ଧାଞ୍ଜଳି ଅବସରରେ ଯୋଗ ଦେଇଥିବା ବିଶିଷ୍ଟ ବ୍ୟକ୍ତି ମାନେ ମତବ୍ୟକ୍ତ କରିଛନ୍ତି । ଜନାର୍ଦ୍ଦନ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ସଭାପତି ପ୍ରଦୀପ କୁମାର ଦେଙ୍କ ପୌରହିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଧ୍ୟାପକ ଡଃ ମନ୍ମଥ କୁମାର ପ୍ରଧାନ, ମୁଖ୍ୟ ବକ୍ତା ଭାବେ ଓଡି଼ଆ ଭାଷା ଓ ସଂସ୍କୃତି ସୁରକ୍ଷା ପରିଷଦ ସମ୍ପାଦକ ରାଜକିଶୋର ଜେନା, ସମ୍ମାନିତ ଅତିଥି ଭାବେ ଦହମୁଣ୍ଡା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ତଥା କବି ଦେବବ୍ରତ ଦେ, ଖରିଦପିପଳ ପଞ୍ଚାୟତର ସରପଞ୍ଚ ଦିବେନ୍ଦୁ ବିକାଶ ପାତ୍ର, ସାଧକ ଲମ୍ବୋଦର ଦେ, ଠାକୁର ଅନୁକୁଳଚନ୍ଦ୍ରଙ୍କ ପରମ ଭକ୍ତ ଜିତେନ୍ଦ୍ର ସାମଲ, ଶ୍ରୀଗୋପାଳ ଦାସବାବାଜୀ , ସମାଜସେବୀ ସୁବ୍ରତ କୁମାର ସାହୁ, ମାନସ କୁମାର ଚନ୍ଦ , ଅଜୟ କୁମାର ପାଳ ପ୍ରମୁଖ ଯୋଗଦେଇଥିବା ବେଳେ ସ୍ୱର୍ଗତଃ ଦେଙ୍କର ଭାଈ ମିତ୍ରପୁର ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ଡଃ ଅବିନାଶ ଚନ୍ଦ୍ର ଦେ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ବିପିନ ବିହାରୀ ଦେ,ସୁପୁତ୍ର ସମାଜସେବୀ ଜୟନ୍ତ କୁମାର ଦେ, ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା , ନିର୍ଦ୍ଦେଶକ ସୁମନ୍ତ କୁମାର ଦେ, ସୁବ୍ରତ କୁମାର ଦେ, ପୁତୁରା ରାକେଶ ଦେ,ରାଜେଶ କୁମାର ଦେ ଆଦର୍ଶ ଶିକ୍ଷକ ହେମନ୍ତ କୁମାର ଦେ,ସତ୍ୟବ୍ରତ ଦେ ପ୍ରମୁଖ ଉପସ୍ଥିତ ଥିଲେ । ଆଜକୁ ପାଞ୍ଚ ଦଶନ୍ଦି ପୂର୍ବେ ସ୍ୱର୍ଗତଃ ଦେ ନିଜ ଗ୍ରାମ ବାରବାଟିଆ ସମେତ ଏତଦ୍ ଅଞ୍ଚଳର ଶିକ୍ଷାର ପ୍ରସାର ପାଇଁ ଭୂମି ଦାନ ସହିତ ଗ୍ରାମବାସୀଙ୍କ ସହଯୋଗରେ ନିଜ ପିତାଙ୍କ ନାମରେ ଜନାର୍ଦ୍ଦନ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଏହି ମହାନ କାର୍ୟ୍ୟକୁ ଆଜି ଅସଂଖ୍ୟ ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀ ମନେପକାଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

babaa
Leave A Reply

Your email address will not be published.