csstore

ତୁରେକେଲାର ବିଭିନ୍ନ ଗ୍ରାମକୁ ବୁଲିଲା ଜଗନ୍ନାଥ ଅର୍ପଣ ରଥ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଅନେକ ଗ୍ରାମପଞ୍ଚାୟତ ଭ୍ରମଣ କରୁଥିବା ମହାପ୍ରଭୁଙ୍କ ରଥ ପରିକ୍ରମା ତଥା ଚାଉଳଶୁଖା ଗ୍ରାମ ପଂଚାୟତ ଅନ୍ତର୍ଗତ ବିଭିନ୍ନ ଗାଁ, ଚଟୁଅନକା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗାଁ, ଧାମନଡଙ୍ଗା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗାଁ, କମେଇମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗାଁ, ଝରଣୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗାଁ ଏବଂ ମହଖଣ୍ଡ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗାଁ ଗୁଡ଼ିକରେ ଭ୍ରମଣ କରୁଥିବା ମହାପ୍ରଭୁଙ୍କ ପରିକ୍ରମା ପ୍ରକଳ୍ପକୁ ଘରକୁ ଘର ଅର୍ପଣ ରଥ ପରିକ୍ରମା କରିଥିଲା । ଏଥିରେ ଶ୍ରଦ୍ଧାଳୁ ଭକ୍ତମାନେ ଅରୁଆ ଚାଉଳ ଓ ଗୁଆ ଅର୍ପଣ କରିବାର ସୌଭାଗ୍ୟ ଲାଭ କରିଥିଲେ । ଏହି ଉତ୍ସବରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ନିରୁପମା ମାଝୀ, ଏକ୍ସ କମାଣ୍ଡୋ, ଚାଉଳଶୁଖା ସମିତି ସଭ୍ୟ ଗିରିରାଜ ସିଂ ମାଝୀ, ପୂର୍ବତନ ଚାଉଳଶୁଖା ସରପଞ୍ଚ ଶ୍ରୀଧର ମାଝୀ, ଢୋଲମାନ୍ଦଳ ସମିତି ସଭ୍ୟା ଶ୍ରୀମତୀ ଗୋଲାପୀ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.