ନିଆରା ଢଙ୍ଗରେ ଗୁରୁଙ୍କୁ ସମ୍ମାନ

ଯୋଗୀସର୍ଡା, (କେପିଏନ୍‌ଏସ୍‌) : ହରିହର ଉଚ୍ଚ ବିଦ୍ୟାଳୟ ଯୋଗୀସର୍ଡାର ୧୯୮୭ର ମାଟ୍ରିକ ବେଚ୍‌ର ବନ୍ଧୁ ମିଳନ ଗାଏଖାଇ ପର୍ଯ୍ୟଟନସ୍ଥଳୀରେ ହୋଇଯାଇଛି । ଦୀର୍ଘ ୩୬ ବର୍ଷ ପରେ ଏକାଠି ହୋଇଥିଲେ ଏହି ବେଚ୍‌ର ବନ୍ଧୁମାନେ । ସେହି ସମୟରେ ଶିକ୍ଷା ଦାନ କରୁଥିବା ପ୍ରଧାନ ଶିକ୍ଷକ ବ୍ରଜମୋହନ ବଗର୍ତ୍ତୀଙ୍କ ସହିତ ଯିଏକି ବର୍ତ୍ତମାନ ୮୫ବର୍ଷରେ ପଦାର୍ପଣ କଲେଣି ତାଙ୍କ ସହିତ ଅନ୍ୟ ଶିକ୍ଷକ ତଥା କର୍ମଚାରୀଙ୍କୁ ଆମନ୍ତ୍ରଣ କରି ପୁଷ୍ପମାଲ୍ୟ, ଉପଢୌକନ ଏବଂ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଯାହା ହରିହର ଉଚ୍ଚ ବିଦ୍ୟାଳୟ ପାଇଁ ଏକ ଉଦାହରଣ ହୋଇରହିବ । ସୁନ୍ଦର ଭାବରେ ସମସ୍ତ ୮୭ ବେଚ୍‌ର ଛାତ୍ରମାନେ ଉପସ୍ଥିତ ରହି ଏକ ସମ୍ବର୍ଦ୍ଧନା ସଭା କରିଥିଲେ । ସଭାକୁ ଦିଲିପ୍ କୁମାର୍ ମିଶ୍ର ସଂଯୋଜନା କରିଥିବା ବେଳେ ସୁଧାଂଶୁ ତ୍ରିପାଠୀ ଅତିଥି ପରିଚୟ, ଚିତ୍ତରଞ୍ଜନ ବିଶ୍ଵାଳ ସ୍ଵାଗତ ଭାଷଣ ଓ ମାର୍କଣ୍ଡ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ । ପୁଷ୍ପମାଲ୍ୟ, ଉପଢୌକନ, ମାନପତ୍ର ଦେବାର ସୁଯୋଗ ସମସ୍ତ ଛାତ୍ର ପାଇଥିଲେ । ସେହି ବେଚ୍‌ର ଛାତ୍ର ଶରତ କୁମାର ବାଗ ଉପଜିଲ୍ଲାପାଳ ପଦ ମଣ୍ଡନ କରିଥିବାରୁ ସମସ୍ତ ଛାତ୍ର ଖୁସିରେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ ।

Leave A Reply

Your email address will not be published.