ଆହୁରି ଜୋରଦାର ହେବ ଡ୍ରାଇଭରଙ୍କ ଆନ୍ଦୋଳନ

ଭୁବନେଶ୍ୱର : ଆଜିଠୁ ଆହୁରି ଜୋରଦାର ହେବ ଡ୍ରାଇଭରଙ୍କ ଆନ୍ଦୋଳନ । ହିଟ୍ ଆଣ୍ଡ ରନ୍ ଆଇନ ବିରୋଧରେ ଡ୍ରାଇଭରମାନେ ଦେଶବ୍ୟାପୀ ଆନ୍ଦୋଳନ କରୁଛନ୍ତି । ଓଡ଼ିଶାରେ ବି ଏହାର ପ୍ରଭାବ ତୀବ୍ର ହେବାକୁ ଯାଉଛି । ଆଜିଠାରୁ ଏହାକୁ ଜୋରଦାର କରାଯିବ ବୋଲି ସଂଘ ପକ୍ଷରୁ ସୂଚନା ମିଳିଛି । ବସ, ଟ୍ରକ୍‍ ଓ ଅନ୍ୟ ପରିବହନ ସେବାରେ ନିୟୋଜିତ ରାଜ୍ୟର ୨ଲକ୍ଷରୁ ଅଧିକ ଡ୍ରାଇଭର ଷ୍ଟିଅରିଂ ଛାଡିବେ । ଆନ୍ଦୋଳନରେ ସାମିଲ ହେବେ । ଫଳରେ ସାରା ରାଜ୍ୟରେ ଜନଜୀବନ ଠପ୍ ହୋଇଯିବା ଆଶଙ୍କା ଦେଖା ଦେଲାଣି । ଷ୍ଟିଅରିଂ ଛାଡ ଆନ୍ଦୋଳନ ଯୋଗୁ ଆଜି ରାତିରୁ ବସ୍ ଚଳାଚଳ କମିଯିବ । ସେହିଭଳି ଟ୍ରକ୍ ଚଳାଚଳ ବନ୍ଦ ହେବାର ଆଶଙ୍କା ରହିଛି । ଫଳରେ ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ ପ୍ରଭାବିତ ହୋଇପାରେ ବୋଲି ରାଜ୍ୟ ବ୍ୟବସାୟୀ ସଂଘ କହିଛି । ସେପଟେ ମଣ୍ଡିକୁ ଧାନ ଆସି ପାରୁ ନଥିବାରୁ ଚାଷୀ ଚିନ୍ତାରେ ।

Leave A Reply

Your email address will not be published.