ଶୁକ୍ରବାରଠୁ ଭିତରକନିକାରେ ଚାଲିବ କୁମ୍ଭୀର ଗଣନା

ମହାକାଳପଡା : ଶୁକ୍ରବାରଠୁ ଭିତରକନିକାରେ ଚାଲିବ କୁମ୍ଭୀର ଗଣନା । ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଜାତୀୟ ଉଦ୍ୟାନ । ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଦେଶାଗତ ପକ୍ଷୀ ଓ କୁମ୍ଭୀର ଗଣନା କରାଯିବ । ୨୦୨୪ ଜାନୁଆରୀ ୫ ତାରିଖଠାରୁ ୧୩ ତାରିଖ ପର୍ଯ୍ୟନ୍ତ ପକ୍ଷୀ ଓ କୁମ୍ଭୀର ଗଣନା କରାଯାଉଥିବାରୁ ପର୍ଯ୍ୟଟକମାନଙ୍କ ପାଇଁ ଜାତୀୟ ଉଦ୍ୟାନ ବନ୍ଦ ରହିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜାନୁଆରୀ ୫ରୁ ୯ ତାରିଖ ଯାଏ ବିଦେଶାଗତ ପକ୍ଷୀ ଗଣନା ସହ ଜାନୁଆରୀ ୯ରୁ ୧୩ ତାରିଖ ଯାଏ କୁମ୍ଭୀର ଗଣନା କରାଯିବା ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.