ସାଇକେଲ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ବାଇକ୍‌ ଆରୋହୀ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାଇକ୍‌ରେ ଆସୁଥିବା ବେଳେ ଜଣେ ଯୁବକ ଦୁର୍ଘଟଣାଗ୍ରସ୍ତ ହୋଇ ବଲାଙ୍ଗିର ଭୀମଭୋଇ ମେଡିକାଲ୍‌ କଲେଜ୍‌ ଓ ହସ୍‌ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ସୋନପୁର ନିବାସୀ ସମୀର ପଟ୍ଟନାୟକ(୩୦) ସୋନପୁରରୁ କନ୍‌ସରାକୁ କୌଣସି କାମରେ ଆସୁଥିବା ବେଳେ ତୁଣ୍ଡା ଛକରେ ଜଣେ ସାଇକେଲ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ରାସ୍ତା ତଳ ଚାଷ ଜମିକୁ ବାଇକ୍‌ ସହ ଖସି ପଡ଼ିଥିଲେ । ଏଥିରେ ସେ ଗୁରୁତର ହୋଇ ପଡିଥିବା ବେଳେ ତାଙ୍କୁ ତୁରନ୍ତ ତରଭା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ସେଠାରୁ ବିବିଏମ୍‌ସିଏଚ୍‌କୁ ରେଫ୍‌ର କରାଯାଇଛି ।

Leave A Reply

Your email address will not be published.