oom

ସୁପ୍ରିମଟାକ୍ସଠାରେ ପ୍ରି-ଖ୍ରୀଷ୍ଟମାସ ସେଲିବ୍ରେସନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଲାଲଟିକ୍ରାସ୍ଥିତ ସୁପ୍ରିମ ଟାକ୍ସ ଜେନେରାଲ ହସପିଟାଲ ଓ ନେତ୍ର ନିକେତନ ତଥା ସୁପ୍ରିମଟାକ୍ସ କଲେଜ ଅଫ୍‌ ନର୍ସିଂ ତରଫରୁ ପ୍ରି-ଖ୍ରୀଷ୍ଟମାସ ସେଲିବ୍ରେସନ ଗତ ୨୨.୧୨.୨୦୨୩ ଶୁକ୍ରବାର ଦିନ ପାଳିତ ହୋଇଯାଇଛି । ସୁପ୍ରିମଟାକ୍ସ ରାଷ୍ଟ୍ରୀୟ ନିର୍ଦ୍ଦେଶକ ଅଜିତ ପାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ପୂର୍ବତନ ଏମ୍‌ପି ତଥା ରାଜ୍ୟ ଗୃହ ନିର୍ମାଣ ନିଗମ ଚେୟାରମେନ କଳିକେଶ ନାରାୟଣ ସିଂଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖ୍ରୀଷ୍ଟ ସମାଜର ଉତ୍ତୋରତର ଉନ୍ନତି କାମନା କରି ଅନୁଷ୍ଠାନର ସମୟ ଉପଯୋଗୀ ପଦକ୍ଷେପକୁ ପ୍ରଶଂସା କରିଥିଲେ । ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କଲେଜ ଅଫ୍‌ ନର୍ସିଂ ଛାତ୍ରଛାତ୍ରୀଙ୍କ ସେବା ଓ ସୁପ୍ରିମଟାକ୍ସ ହସପିଟାଲର କାର୍ଯ୍ୟକୁ ଗୁରୁତ୍ୱାରୋପ କରିଥିଲେ । ସୁପ୍ରିମଟାକ୍ସ ମ୍ୟାନେଜର ସତ୍ୟସୁନ୍ଦର ଦୀପଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ପୌର ପରିଷଦର ଉପାଧ୍ୟକ୍ଷା ଓ କାଉନସିଲରଗଣ, ରେଭେରାଣ୍ଟ ସଂଜୟ ସାହୁ, ଅତିରିକ୍ତ ନିର୍ଦ୍ଦେଶକ ପ୍ରବୀଣ ନାଥ ଓ ନରସିଂ କଲେଜ ଅଧ୍ୟକ୍ଷା ଲକ୍ଷ୍ମୀ ମେହେର ମଂଚାସିନ ଥିଲେ । କାର୍ଯ୍ୟକ୍ରମକୁ ଉପଦେଷ୍ଟା ଡା. ସିଦ୍ଧେଶ୍ଵର ମିଶ୍ର, ସୁପରିଟେଣ୍ଡଣ୍ଟଣ୍ଟ ସିମନ ପାଲ, ପ୍ରଶାସନିକ ଅଧିକାରୀ ପ୍ରୀତମ ବାଗ ପ୍ରମୁଖ ସହଯୋଗ କରିଥିଲେ । ସୁପ୍ରିମଟାକ୍ସ କଲେଜ ଅଫ୍‌ ନର୍ସିଂର ହୋସାନା ସୁନାନି ଓ ସୁମନ ପୁଝାରୀଙ୍କୁ ରାଜେନ୍ଦ୍ର ୟୁନିଭର୍‌ସିଟି ଟପର ପାଇଁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା । ୧ହଜାରରୁ ଅଧିକ ବ୍ୟକ୍ତି ବିଶେଷଙ୍କ ସମାବେଶରେ ୪୦ ଜଣ ପାଷ୍ଟର ଓ ତାଙ୍କ ସହଧର୍ମିଣୀମାନଙ୍କୁ ସମ୍ମାନିତ କରାଯାଇଥିଲା ।

jittmm
Leave A Reply

Your email address will not be published.