jsm

ଏକାଡେ଼ମୀ ହାଇଟସ୍‌ ପବ୍ଲିକ ସ୍କୁଲଠାରେ ବିଜ୍ଞାନ ମେଳା ଅନୁଷ୍ଠିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏକାଡେ଼ମୀ ହାଇଟସ୍‌ ପବ୍ଲିକ ସ୍କୁଲ ଓ ବଚ୍‌ପନ୍‌ ପ୍ଲେ-ସ୍କୁଲର ମିଳିତ ଉଦ୍ୟମ କ୍ରମେ ବିଷ୍ଣୁମୁଣ୍ଡାସ୍ଥିତ ଏକାଡେ଼ମୀ ହାଇଟସ୍‌ ପବ୍ଲିକ ସ୍କୁଲଠାରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୯୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ଏକାଡେ଼ମୀ ହାଇଟସ୍‌ ପବ୍ଲିକ ସ୍କୁଲର ପ୍ରଥମ ଶ୍ରେଣୀର ସ୍ୱସ୍ତିକ ରଣା, ଦ୍ୱିତୀୟ ଶେଣୀର ପ୍ରଚିତା ତ୍ରିପାଠୀ, ତୃତୀୟ ଶ୍ରେଣୀର ଅର୍ନଭ ପାଢୀ, ଚତୁର୍ଥ ଶ୍ରେଣୀର ଦେବାଂଶ କୁମାର ସାହୁ, ପଂଚମ ଶ୍ରେଣୀର ଆବୃତୀ ବେହେରା, ଷଷ୍ଠ ଶ୍ରେଣୀର ଜୀଭିକା ଭମର, ସପ୍ତମ ଶ୍ରେଣୀର ସ୍ୱସ୍ତିକ କୁମାର ମହାପାତ୍ର, ମହିକାନ୍ତ ଡି. ସେଠ୍‌, ନବମ ଶ୍ରେଣୀର ଶୁଭମ ଗୋୟାଲ୍‌ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସେହିପରି ବଚ୍‌ପନ୍‌ ପ୍ଲେ-ସ୍କୁଲର ଅଭନୀଶ ଦାଶ ଏହି ବିଜ୍ଞାନ ମେଳାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଏଥିରେ ସ୍କୁଲର ଚେୟାର୍‌ମେନ୍‌ ଅଜିତ ଶତପଥୀ, ଡ଼ାଇରେକ୍ଟର ଅର୍ଚ୍ଛନା ଶତପଥୀ, ପ୍ରିନ୍ସିପାଲ ଅନନ୍ତ ଗିରି ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.