ଅଟୋକୁ ଧକ୍କା ଦେଇ ଫେରାର ମାରିଲା ଟ୍ରକ

ବୌଦ୍ଧ : ଅଟୋକୁ ଧକ୍କା ଦେଇ ଫେରାର ମାରିଲା ଟ୍ରକ । ଏହି ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ଜଣକ କନ୍ଧମାଳ ଜିଲ୍ଲା ସଡ୍ରୁକୁମ୍ପାର ସିମାଞ୍ଚଳ ଜାନୀ ବୋଲି ଜଣାପଡିଛି । ବୌଦ୍ଧ ଜିଲ୍ଲା ଜାତୀୟ ରାଜପଥ ୫୭ ପୁରୁଣା କଟକ ନୂଆ ବସ୍‌ ଷ୍ଟାଣ୍ଡ ସାମ୍ନାରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲା ସୁଡରୁକୂମ୍ପା ଗାଁର ତିନି ଜଣ ବୌଦ୍ଧରୁ କୌଣସି ଏକ କାର୍ଯ୍ୟ ସାରି ନିଜ ଗାଁକୁ ଫେରୁଥିଲେ । ଏହି ସମୟରେ ବୌଦ୍ଧରୁ ଭୁବନେଶ୍ୱର ପଟକୁ ଯାଉଥିବା ଏକ ମାଲ୍ ବୋଝେଇ ଟ୍ରକଟି ଅଟୋକୁ ପଛ ପଟୁ ଧକ୍କା ଦେଇ ଫେରାର ହୋଇ ଯାଇଥିଲା । ଫଳରେ ଘଟଣାସ୍ଥଳରେ ଅଟୋରେ ଥିବା ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପୁରୁଣା କଟକ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ପୁରୁଣା କଟକ ପୋଲିସ ଶବ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.