oom

ଆଦର୍ଶ ବିଦ୍ୟାଳୟର ବାର୍ଷିକୋତ୍ସବ

jsmm
  • ଶିକ୍ଷକ ହେଉଛନ୍ତି ବିଶ୍ଵକର୍ମା

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ରା ବ୍ଲକ ଅନ୍ତର୍ଗତ ମହିପାଣିରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକୋତ୍ସବ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ପଲେଇଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାଧ୍ୟାପିକା ହେମଲତା ତାଲେସେରା, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ଡ. କିଶୋରୀ ଦାଶ, ସମ୍ମାନିତ ଅତିଥି ଭାବେ ଏବିଇଓ କୃପାସିନ୍ଧୁ ପତି, ସମାଜସେବୀ ପ୍ରଦୀପ ରାଉତରାୟ, ମହେନ୍ଦ୍ର ସାହୁ, ବିଶ୍ରା ସରପଞ୍ଚ ସୁରଜ ନାୟକ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଆଶ୍ରୀବଚନ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ତାଙ୍କ ବକ୍ତବ୍ୟରେ ଶିକ୍ଷକମାନଙ୍କୁ ବିଶ୍ଵକର୍ମା ରୂପରେ ଅବିହିତ କରିଥିଲେ । ସମ୍ମାନିତ ଅତିଥି ଶ୍ରୀ ପତି, ଶ୍ରୀ ରାଉତରାୟ, ଶ୍ରୀ ସାହୁ ଓ ଶ୍ରୀ ନାୟକ ପ୍ରମୁଖ ବିଦ୍ୟାଳୟର ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱାରୋପ କରିବା ସହ ପିତାମାତା ଓ ଗୁରୁଙ୍କୁ ସମ୍ମାନ ତଥା ସଂସ୍କାରୀ ହେବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.