pr

ପ୍ରେମ୍‌ର ସଭାପତି ଡ଼. ଜାକୋବ୍‌ ଥୁଣ୍ଡିଲଙ୍କ ଜନ୍ମ ଜୟନ୍ତୀ ପାଳିତ

dr. purohit

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଭାରତ ବର୍ଷର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପ୍ରେମ୍‌ର ପ୍ରତିଷ୍ଠାତା ସଭାପତି ଡ଼. ଜାକୋବ୍‌ ଥୁଣ୍ଡିଲ କେବଳ ଜଣେ ସମାଜସେବୀ ନୁହନ୍ତି ବରଂ ସମାଜର ଦଳିତ, ପତିତ ଜନସାଧାରଣଙ୍କ ତ୍ରାଣକର୍ତ୍ତା ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ବୋଲି ଆଜି ମାଣ୍ଡିଆପଲ୍ଲୀସ୍ଥିତ ପ୍ରେମ୍‌ କାର୍ଯ୍ୟାଳୟ ପରିସରରେ ତାଙ୍କ ଜନ୍ମଦିନ ଉପଲକ୍ଷେ ଆୟୋଜିତ ସମାବେଶରେ ବିଶିଷ୍ଟ ବକ୍ତାମାନେ ମତବ୍ୟକ୍ତ କରିବା ସହିତ ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଛନ୍ତି । ପ୍ରକାଶଥାଉକି, ଦୀର୍ଘ ଚାରି ଦଶନ୍ଧି ଧରି ଡ଼. ଜାକୋବଙ୍କ ଅଙ୍ଗୀକାରବଦ୍ଧତା ଓ ନିଷ୍ଠାପର ଉଦ୍ୟମରେ ଲକ୍ଷାଧିକ ଦଳିତ ଆଦିବାସୀ ଛାତ୍ରଛାତ୍ରୀ ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ରୋଜଗାରକ୍ଷମ ହୋଇପାରିଛନ୍ତି । ଡ଼. ଜାକୋବଙ୍କ ହାତଗଢ଼ା ଅନୁଷ୍ଠାନ ପ୍ରେମ୍‌ ଚାରି ଦଶନ୍ଧି ତଳୁ ଯେଉଁ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଚିନ୍ତା କରିଥିଲା । ରାଜ୍ୟ ସରକାର ସେହି କାର୍ଯ୍ୟ ପ୍ରଣାଳୀକୁ ଆଜି ଆପଣେଇ ନେଇଛନ୍ତି ବୋଲି ବକ୍ତାମାନେ ପ୍ରକାଶ କରିଥିଲେ । ଏହି ସମାବେଶରେ ପ୍ରେମ୍‌ର ସମ୍ପାଦକ ଚାକୋ ପାରୁବାନାନି, ବରିଷ୍ଠ ସାମ୍ବାଦିକ ତଥା ନବୀନର ସମ୍ପାଦକ ରବି ରଥ, କୁମାର ପ୍ରଶାନ୍ତ, ସିଷ୍ଟର ଡ଼. କ୍ଲାରମା, ଲିପିକାର ସମ୍ପାଦିକା ରଂଜିତା ଦାଶ, ପୃଥ୍ୱୀ ଦଣ୍ଡସେନା, ଅନୀଲ ଚୌଧୁରୀ ପ୍ରମୁଖ ଯୋଗଦେଇ ଡ଼. ଜାକୋବଙ୍କ ବିକାଶମୂଳକ କାର୍ଯ୍ୟର ଭୂୟସୀ ପ୍ରଶଂସା କରିବା ସହ ଜନ୍ମଦିନର ଶୁଭେଚ୍ଛା ଜ୍ଞାପନ କରିଥିଲେ । ପ୍ରେମ୍‌ର ବିଭିନ୍ନ ଶାଖା ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବେଳେ ପ୍ରେମ୍‌ ସହଯୋଗରେ ଉଚ୍ଚଶିକ୍ଷା ଲାଭ କରି ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ଛାତ୍ରଛାତ୍ରୀମାନେ ନିଜ ନିଜର ଅଭିଜ୍ଞତା ସମ୍ପର୍କରେ ଆଲୋକପାତ କରିଥିଲେ । ବଳରାମ ପଣ୍ଡା ନିଜ ରଚିତ ଡ଼. ଜାକୋବଙ୍କ ସମ୍ପର୍କରେ ଏକ ସଂଗୀତ ଗାନ କରିଥିବା ବେଳେ ଶେଷରେ ଲୋକସମ୍ପର୍କ ଅଧିକାରୀ ରତନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.