ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ ପଦ୍ମପୁରର ସାମାଜିକ କାର୍ଯ୍ୟ ଅନ୍ତର୍ଗତ କାର୍ଯ୍ୟକଳାପ ମଧ୍ୟରୁ ଏକ ଜନ ସଚେତନତା କାର୍ଯ୍ୟକ୍ରମ ନିକଟସ୍ଥ କନସିଙ୍ଗା ଗ୍ରାମରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଅଭିଭାବକ ରବୀନ୍ଦ୍ର ଦାସ ଓ ଶ୍ରୀମତୀ ପଙ୍କଜିନୀ ଦାସଙ୍କ ସମେତ ଅନେକ ଅଭିଭାବକ ଓ ବହୁ ସଂଖ୍ୟାରେ ଜନସାଧରଣ ଯୋଗଦେଇ ଥିଲେ । ଏହି ଅବସରରେ ଏକ କ୍ଷୁଦ୍ର ଏକାଙ୍କିକା ‘ଯୌତୁକ ସମାଜର ଏକ କଳଙ୍କ’ ଅଧ୍ୟାପକ ଧୀରେନ୍ଦ୍ର ବର୍ଗେଙ୍କ ରଚନା ଓ ନିର୍ଦ୍ଦେଶନାରେ ପ୍ରଦର୍ଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଥିଲା । ଏଥିରେ ସହଯୋଗ କରିଥିଲେ ସୁଶ୍ରୀ କାଦମ୍ବିନୀ ପାଣିଗ୍ରାହୀ, ସୁଶ୍ରୀ ପଦ୍ମିନୀ ପ୍ରଧାନ, ଅନୀଲ ପୁରୋହିତ, ବୀରେନ୍ଦ୍ର ମେହେର, ସୁଶ୍ରୀ ଗୀତା ପୁରୋହିତ ଓ ଚୁଡ଼ାମଣି ବେହେରା । ଏହି କାର୍ଯ୍ୟକ୍ରମ ସାମାଜିକ କାର୍ଯ୍ୟର ନୋଡାଲ ଅଫିସର ସୁଶ୍ରୀ ସଂଗୀତା ଗୌନ୍ତିଆଙ୍କ ସଂଯୋଜନାରେ ହୋଇଥିଲା ।

Leave A Reply

Your email address will not be published.