lika

ପାଳିଲେ ଜନ୍ମ ଦିନ, ହେଲେ ନୂଆ ଢଙ୍ଗରେ

gbag

ଧର୍ମଗଡ଼, (ଭରତ ବିଶି) : କୋକସରାର ଯୁବକ କିଶନ ପଟ୍ଟନାୟକ, ତାଙ୍କ ୨୫ତମ ଜନ୍ମତିଥି ପାଳନ କଲେ କୁନି କୁନି ପିଲାମାନଙ୍କ ସହ । ଅନେକ ଲୋକ ଅଛନ୍ତି, ଜନ୍ମ ଦିନରେ କେକ୍‌ କାଟନ୍ତି, ପାର୍ଟି କରନ୍ତି ଆଉ ହଜାର ହଜାର ଟଙ୍କା ସାରି ମଉଜ କରନ୍ତି । ହେଲେ କିଶନ ଏମିତି ଜଣେ ଯୁବକ, ଯିଏକି ସମାଜ ପାଇଁ ଜନ୍ମ ଦିନରେ କେକ୍‌ କାଟିବା ବଦଳରେ ଉପାନ୍ତ ଅଞ୍ଚଳ ବୁଲି ଅଭିଭାବକମାନଙ୍କୁ ଶିକ୍ଷା ବିଷୟରେ ବୁଝେଇବା ସହ ପିଳାମାନଙ୍କୁ ବର୍ଣ୍ଣବୋଧ, ଖାତା, ସିଲଟ ବାଣ୍ଟିବା ସହ ପାଠ ପଢିବା ଦ୍ଵାରା କ’ଣ ଉନ୍ନତି ହୁଏ, ତାହା ବୁଝେଇ ପିଲା ମାନଙ୍କ ମନ ଜିଣିଥିଲେ । ଯୁବ ସମାଜସେବୀ ଭାବରେ ବେଶ ପରିଚିତ କିଶନ ପଟ୍ଟନାୟକ । ସମାଜସେବା ମନୋଭାବ ରଖି ଲୋକଙ୍କ ସୁଖଦୁଃଖରେ ଠିଆ ହୁଅନ୍ତି । କିଶନ କହିଛନ୍ତି ଯେ, ଆଗକୁ ମଧ୍ୟ ଉପାନ୍ତ ଅଞ୍ଚଳ ବୁଲି ଶିକ୍ଷା ଆଉ ଲୋକଙ୍କ ସମସ୍ୟା ଦିଗରେ ନିଜକୁ ସର୍ମପିତ କରିବେ ।

sandip
Leave A Reply

Your email address will not be published.