ଖୁଣ୍ଟଗାଁ ଅଞ୍ଚଳରେ କେଟିଏଚ୍‌ ପକ୍ଷରୁ ଦନ୍ତ ଚିକିତ୍ସା ଶିବିର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ବ୍ଲକ୍‌ ଅନ୍ତର୍ଗତ ଖୁଣ୍ଟଗାଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ କେଟିଏଚ୍‌ ଟ୍ରଷ୍ଟ ଓ ରାଉରକେଲା ଅବସ୍ଥିତ କଳିଙ୍ଗ ଟ୍ରମା ହସ୍‌ପିଟାଲ ମିଳିତ ସହଯୋଗରେ ଏକ ନିଃଶୁଳ୍କ ଦନ୍ତ ଚିକିତ୍ସା ଶିବିର ଆୟୋଜିତ ହୋଇଯାଇଛି । ଏଥିରେ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସୁମିତ୍ରା ଓରାମ, ସମାଜସେବୀ ବୁଧରାମ ଓରାମ, ରାଜୁ ସାହୁ, ମହମ୍ମଦ ହୁସେନ ଆନ୍‌ସାରୀ ଏବଂ ଉତ୍ତମ କୁମାର ଘୋଷ ପ୍ରମୁଖ ଯୋଗଦେଇଥିଲେ । ଏଥିରେ ଦନ୍ତ ଚିକିତ୍ସକ ଡାକ୍ତର ନିବେଦିତା ମହାରଣା ଯୋଗଦେଇ ଶତାଧିକ ସ୍ଥାନୀୟ ବାସିନ୍ଦାଙ୍କ ଦନ୍ତ ଜନିତ ସମସ୍ୟାର ଯାଞ୍ଚ କରି ଆବଶ୍ୟକ ପରାମର୍ଶ ଦେଇଥିଲେ । ଏହିଭଳି କାର୍ଯ୍ୟକ୍ରମ ଆୟୋଜନ ପାଇଁ ସ୍ଥାନୀୟ ଗ୍ରାମବାସୀ ଆୟୋଜକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.

error: Content is protected !!