ରେଳଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

ସଇଁତଲା, (କେପିଏନ୍‌ଏସ୍‌) : ସଇଁତଲା ରେଲୱେ ଷ୍ଟେସନ ନିକଟସ୍ଥ ଟ୍ରେନ ଲାଇନରେ ଜଣେ ଯୁବକଙ୍କ ମୃତଦେହ ମିଳିଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା ତାହାର କାରଣ ଅସ୍ପଷ୍ଟ ରହିଛି । ମିଳିଥିବା ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ସଇଁତଲା ରେଳ ଷ୍ଟେସନରୁ ୧୦୦ ମିଟର ଦୂରରେ ଜଣେ ଯୁବକଙ୍କ ମୃତ ଦେହ ପଡି ରହିଛି । ଗତ ବିଳମ୍ବିତ ରାତିରେ ଟ୍ରେନ ଧକ୍କାରେ ଯୁବକଙ୍କ ମୃତ୍ୟୁ ହେଇଥିବା ଜଣାପଡିଛି । ମୃତ ଯୁବକ ଜଣକ ସଇଁତଲା ବ୍ଲକ ଭଦ୍ରା ଗ୍ରାମ ପଞ୍ଚାୟତର ଖାସବାହାଲ ଗାଁ ନିବାସୀ ନିଧି ସାହୁଙ୍କ ପୁଅ ଭକ୍ତ ସାହୁ(୨୨) ବୋଲି କୁହାଯାଉଛି ।

Leave A Reply

Your email address will not be published.