କୁଚ୍‌ ବେହାର ଟ୍ରଫି ଅଣ୍ଡର-୧୯ କ୍ରିକେଟ ଓଡିଶା ବନାମ ଛତିଶଗଡ

  • ଛତିଶଗଡ ବିଜୟୀ, ଓଡିଶାର ଇନିଂସ ପରାଜୟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା କୁଚ୍‌ ବେହାର ଟ୍ରଫିର ତୃତୀୟ ଦିବସରେ ଓଡିଶା ଦଳ କାଲି ତାର ଅସମାପ୍ତି ପାଳି । ୪୧/୯ରୁ ଆରମ୍ଭ କରି ଆଉ ମାତ୍ର ୧ରନ୍‌ ଯୋଗ କରି ସମୁଦାୟ ୪୨ ରନ୍‌ରେ ସମସ୍ତ ୱିକେଟ ହରାଇଥିଲା । ଯାହା ଫଳରେ ଓଡିଶା ଫଲୋଅନ୍‌ର ସମ୍ମୁଖୀନ ହୋଇ ତାର ଦ୍ୱିତୀୟ ଇଂନିସ ଆରମ୍ଭ କରି ସମୁଦାୟ ୨୨୬ ରନ୍‌ ସଂଗ୍ରହ କରି ଅଲ୍‌ ଆଉଟ୍‌ ହୋଇଯାଇଥିଲା । ଏହି ମ୍ୟାଚ୍‌ଟିକୁ ଓଡିଶା ୨୮୯ ରନ୍‌ ଓ ଏକ ଇନିଂସରେ ପରାଜିତ ହୋଇଛି । ଓଡିଶା ଦଳ ତରଫରୁ ଶ୍ରୀୟାଂଶ ଭରଦ୍ୱାଜ ସର୍ବାଧିକ ୭୦ ରନ୍‌, ଆଶିର୍ବାଦ ସ୍ୱାଇଁ ୩୭ ରନ୍‌ ଓ ସମ୍ବିତ ବେଜ ୨୫ ରନ୍‌ ସଂଗ୍ରହ କରିଥିଲେ । ଛତିଶଗଡ ଦଳ ତରଫରୁ ସଫଳ ବୋଲର ଭାବରେ ସୂର୍ଯ୍ୟକାନ୍ତ ସର୍ବାଧିକ ୫ ଗୋଟି ୱିକେଟ ନେଇଥିବା ବେଳେ ବରୁଣ ଓ ବିକଳ୍ପ ତିୱାରି ଉଭୟେ ୨ ଗୋଟିଏ ଲେଖାଏଁ ୱିକେଟ ଅକ୍ତିୟାର କରିଥିଲେ ।

Leave A Reply

Your email address will not be published.