ବଳରାମପୁର ଗ୍ରାମରେ ଯକ୍ଷ୍ମା ରୋଗର ନିରାକରଣ ଉପରେ ସଚେତନତା ସଭା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ସୁନ୍ଦରପୁର ଗ୍ରାମପଞ୍ଚାୟତର ବଳରାମପୁର ଗ୍ରାମରେ ଯକ୍ଷ୍ମା ରୋଗର ନିରାକରଣ ଉପରେ ଏକ ଗୋଷ୍ଠୀସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାମସ୍ତରରେ ବଳରାମପୁରକୁ ସମ୍ପୂର୍ଣ୍ଣ ଯକ୍ଷ୍ମାରୋଗରୁ ରକ୍ଷା କରି ଯକ୍ଷ୍ମାମୁକ୍ତ ଗ୍ରାମ କରିବା ନେଇ ଆଲୋକପାତ ହୋଇଥିଲା । ଏହି ଗୋଷ୍ଠୀସ୍ତରୀୟ ବୈଠକରେ ଜିଲ୍ଲାସ୍ତରୀୟ ସରକାରୀ ଓ ବେସରକାରୀସ୍ତରର ଅଧିକାରୀ, କର୍ମଚାରୀ, ବୁଦ୍ଧିଜୀବୀଗଣ ଯୋଗଦେଇଥିଲେ । ସଂଯୋଜକ ସୁଧୀରକାନ୍ତ ବେହେରା, ସୁନ୍ଦରପୁର ଗ୍ରାମର ସରପଞ୍ଚ ଗଗନ କୁମାର ବେହେରା, ବରିଷ୍ଠ ଚିକିତ୍ସା ନିରୀକ୍ଷକ ପ୍ରଭାତ କୁମାର ସାହୁ, ଗୋଷ୍ଠୀ ସ୍ଵାସ୍ଥ୍ୟ ଅଧିକାରୀ ମୁକ୍ତି ମଲ୍ଲିକ, ମହିଳା ସ୍ଵାସ୍ଥ୍ୟକର୍ମୀ ସରିତା ବେହେରା ଓ ଟିବି ଚାମ୍ପିୟାନ ବିଶିକେଶନ ଦାସ, ସ୍ୱେଚ୍ଛାସେବୀ ଅମ୍ବିକା ପ୍ରସାଦ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ଯକ୍ଷ୍ମା ରୋଗର କାରଣ ଓ ନିରାକରଣ ଉପରେ ଲୋକଙ୍କୁ ବୁଝାଇଥିଲେ । ଏଥି ସାଂଗକୁ ବଳରାମପୁର ଗ୍ରାମକୁ ଆଗାମୀ ଦିନରେ ଟିବି ରୋଗର ମୂଳ-ଉତ୍ପାଟନ ହୋଇପାରିବ ସେ ଦିଗରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ବ୍ୟକ୍ତି ଉପସ୍ଥିତ ରହି ନିଜ ନିଜର ମନ୍ତବ୍ୟ ପ୍ରଦାନ କରି ଲୋକଙ୍କୁ ସଚେତନତା କରିଥିଲେ । ଆଗାମୀ ଦିନରେଏହି ମାରାତ୍ମକ ରୋଗ ଟିବି ରୋଗର ମୂଳ ଉତ୍ପାଟନ କରିବା ଦିଗରେ ଆଲୋଚନା କରି ବଳରାମପୁର ଗ୍ରାମର ଲୋକମାନଙ୍କର ଏକାଗ୍ରତା ସହଯୋଗ ସହ ସମସ୍ତ ଆଶା ଓ ଅଙ୍ଗନୱାଡ଼ି ଦିଦିଙ୍କ ସହ ସକ୍ରିୟ ସହଯୋଗ କାମନା କରିଥିଲେ ।

Leave A Reply

Your email address will not be published.