ନାରାୟଣପୁର ଗାଁ ନିକଟସ୍ଥ ରେଳ ଧାରଣାରେ ପଡିଛି ମହିଳାଙ୍କ ଖଣ୍ଡବିଖଣ୍ଡିତ ଶବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-ଦେଓଗାଁ ରେଲୱେ ଷ୍ଟେସନ ମଧ୍ୟରେ ଥିବା ନାରାୟଣପୁର ଗାଁ ନିକଟସ୍ଥ ରେଳ ଧାରଣାରେ ପଡିଛି ମହିଳାଙ୍କ ଖଣ୍ଡବିଖଣ୍ଡିତ ଶବ । ତେବେ ମୃତ ମହିଳାଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳିପାରିନାହିଁ । ମହିଳା ଜଣକ ଶାଢ଼ୀ ପିନ୍ଧିଥିବା ବେଳେ ବୟସ ପ୍ରାୟ ୪୦ ବର୍ଷହେବ ବୋଲି ଅନୁମାନ କରାଯାଉଛି । ସୂଚନା ଅନୁସାରେ ଟ୍ରେନ ଡ୍ରାଇଭର ରେଳ ଧାରଣାରେ ଏକ ଶବ ପଡ଼ିଥିବା ନେଇ ବଲାଙ୍ଗିର ଷ୍ଟେସନ ମ୍ୟାନେଜରଙ୍କୁ ମେମୋ ଦେଇଥିଲେ । ଖବର ପାଇ ଜି.ଆର.ପି ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି । ତେବେ ମହିଳା ଜଣକ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ପରେ ରେଳ ଧାରଣାରେ ଫିଙ୍ଗି ଦେଇଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Leave A Reply

Your email address will not be published.