csstore

ପୃଥିବୀର ଦ୍ୱିତୀୟ ବୟସ୍କା ମହିଳାଙ୍କ ଦେହାନ୍ତ

ଟୋକିଓ : ପୃଥିବୀର ଦ୍ୱିତୀୟ ବୟସ୍କା ମହିଳା ଜାପାନର ଫୁସା ତତ୍ସୁମୀଙ୍କ ୧୧୬ ବର୍ଷ ବୟସରେ କାଶିୱାରାସ୍ଥିତ ଏକ ମେଡିକାଲରେ ଦେହାନ୍ତ ହୋଇଛି । ଡିସେମ୍ବର ୧୨, ମଙ୍ଗଳବାର ଦିନ ସେ ତାଙ୍କର ପ୍ରିୟ ଖାଦ୍ୟ, ବିନ ପେଷ୍ଟ ଜେଲି ଖାଇବା ପରେ ଦେହତ୍ୟାଗ କରିଥିଲେ । ଗତ ବର୍ଷ ୧୧୯ ବର୍ଷିୟ କେନ ତାନାକାଙ୍କ ମୃତ୍ୟୁ ପରେ ତତ୍ସୁମୀଙ୍କୁ ପୃଥିବୀର ସବୁଠାରୁ ବୟସ୍କ ବ୍ୟକ୍ତି ଭାବରେ ମାନ୍ୟତା ମିଳିଥିଲା। ଗତ ବର୍ଷ ଏପ୍ରିଲରେ ଗିନିଜ ୱାଲଡ୍‌ ରେକର୍ଡ ତାନାକାଙ୍କୁ ବିଶ୍ୱର ସର୍ବ ପୁରାତନ ବ୍ୟକ୍ତି ମାନ୍ୟତା ଦେଇଥିଲା। ତତ୍ସୁମୀ ପୃଥିବୀର ୨୭ ତମ ବୟସ୍କ ବ୍ୟକ୍ତି ଏବଂ ଜାପାନର ସପ୍ତମ ବୟସ୍କ ବ୍ୟକ୍ତି ବୋଲି କୁହାଯାଇଛି।

jayashree
Leave A Reply

Your email address will not be published.