ସଡକ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ସୁବର୍ଣ୍ଣପୁର-ବିନିକା ରାସ୍ତାର ଘୋଡ଼ାଧାର ଛକ ନିକଟରେ ଆଜି ସଂଧ୍ୟାରେ ଘଟିଥିବା ଏକ ସଡକ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ବାଇକ-କାର ମୁହାଁମୁହିଁ ଧକ୍କାରେ ବାଇକ ଆରୋହୀ ଯୁବକଙ୍କ ମୃତ୍ୟୁ ଘଟିଛି । ବିନିକା ପଟରୁ ଯାଉଥିବା ବାଇକ ଆରୋହୀଙ୍କୁ ବିପରୀତ ପଟରୁ ଦ୍ରୁତ ଗତିରେ ଯାଉଥିବା କାର ଧକ୍କା ଦେବାରୁ ବାଇକ ଆରୋହୀ ଛିଟିକି ପଡ଼ିଥିଲେ । ଘଟଣା ସ୍ଥଳରେ ଦମକଳ ବାହିନୀ ପହଂଚି ଯୁବକଙ୍କୁ ଉଦ୍ଧାର କରି ସୁବର୍ଣ୍ଣପୁର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ଯୁବକ ମୃତ ହୋଇଥିବା ସ୍ପଷ୍ଟ ହୋଇଛି । ଯୁବକ ଜଣକର ପରିଚୟ ମିଳି ପାରିନାହିଁ । ସୁବର୍ଣ୍ଣପୁର ପୋଲିସ ଡାକ୍ତରଖାନାରେ ପହଞ୍ଚି ଅଧିକ ତଦନ୍ତ ଚଲାଇଛି ।

Leave A Reply

Your email address will not be published.