ଶ୍ରୀରାମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ସଇଁନ୍ତଲା ବ୍ଲକ କୁଇକେଡ଼ା ପଞ୍ଚାୟତ ଅନ୍ତର୍ଗତ ହାଇସ୍କୁଲ ପଡ଼ିଆ ଠାରେ ଚାଲିଥିବା ଶ୍ରୀରାମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ଖେଳରେ ଷ୍ଟାର କିଙ୍ଗ ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଧାରିତ ୧୦ ଓଭରରେ ୧୨୬ ରନ ସଂଗ୍ରହ କରିଥିବା ବେଳେ ହର୍ଷିତା ଏକ୍ସଆଇ ନିର୍ଧାରିତ ୧୦ ଓଭରରେ ୭୦ ରନ ସଂଗ୍ରହ କରି ପରାସ୍ତ ହୋଇଥିଲା । ବିଜୟ ଟିମ ପକ୍ଷରୁ ମ୍ୟାନ ଅଫଦି ମ୍ୟାଚ ଭାବରେ ରାଣାକୁ ବିବେଚିତ ହୋଇଥିବା ବେଳେ ଉକ୍ତ ବିଜୟ ଟିମରୁ ମ୍ୟାନ ଅଫ ଦି ସିରିଜ କ୍ରିଷ୍ଣା ବିବେଚିତ ହୋଇଥିଲା । ଅପରାହ୍ନରେ ସିକାପତ୍ରାପାଲି ଶ୍ରୀରାମ କ୍ଲବ ଦ୍ୱାରା ଆୟୋଜିତ ଉଦଯାପନି ସମାରୋହରେ ଅଞ୍ଚଳର ସମାଜସେବୀ ବୁଲୁ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବାବେଳେ ପଦ୍ମଲୋଚନ ବାଗ ଓ ସାଧୁ ବଗର୍ତ୍ତି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ବିଜୟ ଟିମ ଷ୍ଟାର କିଙ୍ଗକୁ ଆର୍ଥିକ ରାଶି ୯୯୯୯ ଟଙ୍କା ଓ ଚାମ୍ପିଅନ ଟ୍ରଫି ଓ ରନର୍ସ ଅଫ ଭାବେ ହର୍ଷିତାଏକ୍ସଆଇ ଦଳକୁ ୫୫୫୫ ଅର୍ଥରାଶି ପ୍ରଦାନ କରାଯାଇଥିଲା । ଉକ୍ତ ମ୍ୟାଚରେ ରାଧାକାନ୍ତ ବାଗ ଓ ଭରତ ବାଗ ମ୍ୟାଚ ପରିଚାଳନା କରିଥିବା ବେଳେ ମନୋରଞ୍ଜନ ବାଗ ସ୍କୋର ଦାଇତ୍ୱ ତୁଲାଇଥିଲେ ଓ ରାମଚନ୍ଦ୍ର ବାଗ ଓ ଯୁଗଲାଲ ନାଗ ଧାରବିବରଣୀ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୀଲ ବରିଆ, ସୀତାରାମ ବାଗ, ବିନୋଦ ନାଗ, ସୌରଭ ଗହୀର ପ୍ରେମା ବାଗ ପ୍ରମୁଖ ଉପସ୍ଥିତ ରହି କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.