ମା ମାଉଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଖମାରୀ ଦଳ ଚାମ୍ପିଆନ୍‌

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଜୋନ୍ ଭୁର୍ଷାଗୁଡା ଗ୍ରାମରେ ଚାଲିଥିବା ମା ମାଉଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଗୋଟି ଦଳ ଭାଗ ନେଇଥିବା ବେଳେ ରୁପ୍ରା ଦଳ ଓ ଖମାରି ଦଳ ଫାଇନାଲ୍ ମ୍ୟାଚ୍‌ରେ ଉତ୍ତୀର୍ଣ୍ଣ ହୋଇଥିଲେ । ଆୟୋଜିତ ଫାଇନାଲ ମ୍ୟାଚ୍‌ରେ ରୁପ୍ରା ଦଳକୁ ପରାସ୍ତ କରି ଖମାରି ଦଳ ଚାମ୍ପିଆନ୍‌ ହୋଇଥିଲା । ଆୟୋଜିତ ଉଦ୍‌ଯାପନୀ ଦିବସରେ ମୁଖ୍ୟ ଅତିଥିଭାବେ ଭୁର୍ଷାଗୁଡା ପଞ୍ଚାୟତ ସରପଞ୍ଚ ପୁଷ୍ପାଞ୍ଜଳି ଛୁରା, ସମ୍ମାନିତ ଅତିଥି ଭାବେ ଲିମ୍ବବତୀ ଛୁରା ଯୋଗଦେଇ ଖେଲାଲିମାନଙ୍କୁ ଉତ୍ସାହିତ କରିଥିଲେ ଓ ବିଜୟ ଲାଭ କରିଥିବା ଖମାରି ଦଳକୁ ସରପଞ୍ଚ ୫୦,୦୦୦ଟଙ୍କା ପୁରସ୍କାର ସହ କପ ପ୍ରଦାନ କରିଥିଲେ ଓ ପରାସ୍ତ ହେଇଥିବା ଦଳକୁ ୩୦,୦୦୦ଟଙ୍କା ପୁରସ୍କାର ସହ କପ ପ୍ରଦାନ କରିଥିଲେ । ଏଥିରେ ନାଏବ ସରପଞ୍ଚ ପ୍ରତିମା ବନଛୋରଙ୍କ ସମେତ ଭୁର୍ଷାଗୁଡା ପଞ୍ଚାୟତର ସମସ୍ତ ୱାର୍ଡମେମ୍ବରମାନେ ଉପସ୍ଥିତ ଥିଲେ । ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.