lika

ଆସନ୍ତା ୧୫ ବଲାଙ୍ଗିର ସହ ସାରା କୋଶଲାଂଚଳରେ ବନ୍ଦ ଡାକରା

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁର ବିଜୟାନନ୍ଦ ଚିନିକଳ ସହ ଅନ୍ୟାନ୍ୟ କୃଷିଭିତ୍ତିକ ଶିଳ୍ପର ପୁନଃଉଦ୍ଧାର ତଥା ପଶ୍ଚିମ ଓଡ଼ିଶାରେ ଲାଗି ରହିଥିବା ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ଦାବୀ ନେଇ ଆସନ୍ତା ଜାନୁଆରୀ ୧୫ରେ ବଲାଙ୍ଗିର ସହ କୋଶଲାଂଚଳରେ ୧୨ ଘଂଟିଆ ବନ୍ଦ ଡାକରା ଦିଆଯାଇଛି । ଆଦିବାସୀ ଅଧିକାର ମହାସଂଘ, ପଶ୍ଚିମ ଓଡିଶା ସେବା ସଂଘ, ଭୂମିହୀନ ସଂଘ, ସମୃଦ୍ଧ ଓଡ଼ିଶା, ଏସ୍‌ସି ଏସ୍‌ଟି ଓବିସି ବିକାଶ ପରିଷଦ, ସମସ୍ତ କୃଷିଭିତିକ ଶିଳ୍ପ କାର୍ଯ୍ୟାନୁଷ୍ଠାନ ସଙ୍ଗଠନ, ଷଡ଼ ବଂଶୀୟ ଗୋଣ୍ଡ ସମାଜ ବିକାଶ ପରିଷଦ, ଆଦିବାସୀ ସମନ୍ୱିତ ସମିତି, ମହିଳା ନିଶା ନିବାରଣ ସଂଘ, ବଲାଙ୍ଗିର ମହିଳା ଭୂମିହୀନ ସଂଘ, ଓଡିଶା ଓବିସି ସଂଘ, କୃଷକ ସଂଘ, ଜୟ କିଶାନ୍‌ ବିଜୟାନନ୍ଦ ଚିନିକଳ କର୍ମଚାରୀ ସଂଘ, କୋଶଳ ରାଜ୍ୟ କୃଷି ମୋର୍ଚ୍ଚା ତଥା ଅନ୍ୟ ସହଯୋଗୀ ସଂଗଠନମାନଙ୍କ ଦ୍ୱାରା ଏହି ବନ୍ଦ ଡାକରା ଦିଆଯାଇଛି । ଆଜି ପୂର୍ବାହ୍ନରେ ବଲାଙ୍ଗିର ସାମ୍ବାଦିକ ଭବନରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇ ଏହି ବନ୍ଦ ପାଳନରେ ସର୍ବସାଧାରଣଙ୍କ ସହଯୋଗ କାମନା କରିଛନ୍ତି ଆନ୍ଦୋଳନକାରୀମାନେ । ତେବେ ବଲାଙ୍ଗିର, ନୂଆପଡା, କଳାହାଣ୍ଡି, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ଫୁଲବାଣୀ, ବରଗତ, ସମ୍ବଲପୁର, ଝାରସୁଗୁଡା, ଦେବଗଡ ଓ ସୁନ୍ଦରଗଡ଼ରେ ୧୨ ଘଂଟିଆ ବନ୍ଦ ପାଳନ କରାଯିବ ବୋଲି ସୂଚନାରେ କୁହାଯାଇଛି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମ ଓଡିଶା ସେବା ସଂଘ ସଭାପତି ରାଜେଶ ବଗର୍ତ୍ତି, ଭିଲେଜର୍ସ ଇଣ୍ଡିଆ ପାର୍ଟି ସଭାପତି ବିପିନ କୁଶଲିଆ, ଭୂମିହୀନ ସଂଘ ସଭାପତି ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ଓବିସି ସଂଘ ସଂଯୋଜକ ସରୋଜ କୁମାର ମେଶ୍ୱା ଓ ଅନ୍ୟମାନେ ମଂଚାସୀନ ରହି ଏହି ସୂଚନା ପ୍ରଦାନ କରାଯାଇଛି ।

babaa
Leave A Reply

Your email address will not be published.